ଧାମନଗର,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଧାମନଗର ବ୍ଲକ ମିଶନ ଶକ୍ତି ବିଭାଗର ୩୦ ଗୋଟି ପଂଚାୟତରେ ଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କର୍ମଚାରୀମାନେ ଇନସେନଟିଭ ଦରମା ପରିବର୍ତେ ସ୍ଥାୟୀ ଦରମା ଦେବା , ୬ ମାସ ଧରି ଉକ୍ତ ଦରମା ବନ୍ଦ ପ୍ରତିବାଦରେ ଧାମନଗର ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ । ସୂଚନା ଯେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଧାମନଗର ବ୍ଲକର ୩୦ ଟି ପଂଚାୟତର ଜି ପି ଏଲଏଫ୍ ସଂଘ ପକ୍ଷରୁ ୩୧୧ ସି ଆର ପି,୧୬ ବ୍ୟାଙ୍କ ମିତ୍ର ଓ ୩୦ ଜଣ ଏମବିକେ ଦୀର୍ଘବର୍ଷ ଧରି ବିଭିନ୍ନ ପଂଚାୟତ ସ୍ତରରେ କାର୍ଯ୍ୟକରି ଆସୁଛନ୍ତି ।
ଯାହାକି ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର ଆର୍ଥିକ କାରବାର ସହ ବିଭିନ୍ନ ବ୍ୟାଙ୍କରେ ମଧ୍ୟ ନିଯୁକ୍ତି ପାଇ ଗୋଷ୍ଠୀମାନଙ୍କର କାର୍ଯ୍ୟ କରିଥାନ୍ତି । ଯାହାକି ପୂର୍ବ ସରକାର ସମୟରେ ସେମାନଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କର୍ମଚାରୀ ଭାବେ ଗଣନା କରି ପାରିଶ୍ରମିକ ବାବଦରେ ମାସକୁ ସିଆରପି ୬ ହଜାର ୧ ଶହ ଏବଂ ଏମବି କେ ଓ ବ୍ୟାଙ୍କ ମିତ୍ରଙ୍କୁ ୧୦ ହଜାର ୭୫୦ ଟଙ୍କା କରି ଦରମା ପାଉଥିଲେ । କିନ୍ତୁ ରଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ନୂଆ ନିୟମ ଲାଗୁ କରିବା ଫଳରେ ସିଏସଏସ ମାନେ ସ୍ଥାୟୀ ଦରମା ପରିବର୍ତେ ଇନସେନଟିଭ ଆକାରରେ ଦରମା ଦେବାକୁ ସ୍ଥିର ହୋଇଛି ।
ଏହି ନୂଆ ନିୟମକୁ ନେଇ ସିଏସଏସ ମାନଙ୍କର ଦରମାରେ ଅସମାନତା ଦେଖାଯିବା ସହ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ପାଉଥିବା ନିର୍ଦ୍ଧାରିତ ପାରିଶ୍ରମିକ ଅର୍ଥକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନଥିଲା । ଏହାକୁ ନେଇ ବ୍ଲକର ସିଏସଏସ ମାନେ ଗତ ୧୫/ ୯/୨୫ରେ ବିଭାଗୀୟ ଅଧିକାରୀ କାର୍ଯ୍ୟାଳୟରେ ଆଗରେ ଧାରଣା ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ନିଷ୍ପତି ନିଆଯାଇ ନାହିଁ । ରାଜ୍ୟ ଶ୍ରମିକ ସଂଘର ନିଷ୍ପତି ମୁତାବକ ବ୍ଲକ ଶ୍ରମିକ ସଂଘର ନିଷ୍ପତି ସିଏସଏସମାନଙ୍କର ସ୍ଥାୟୀ ଦରମା ର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ସହ ଗଣଧାରଣା ବସିବେ ବୋଲି ଦାବି ପତ୍ର ରେ ଉଲ୍ଲେଖ କରିଥିଲେ ।ସଂଘର ସଭାନେତ୍ରୀ ଅନିମା ନାୟକ ସମ୍ପାଦିକା ସସ୍ମିତା ତ୍ରିପାଠୀ, ପୂଜାରାଣି ମହାଳିକ, ଛୈଳବାଳା ସ୍ୱାଇଁ, ଜ୍ୟୋକ୍ଟରା ରାଣୀ ପଣ୍ଡା, ସସ୍ମିତା ସାହୁ, ମାନସୀ ବେହେରା ,ପ୍ରିୟଙ୍କା ମହାନ୍ତି, ସବିତା ସାହୁ, ପ୍ରିୟଙ୍କା ମହାନ୍ତି, ଗୀତାଞ୍ଜଳି ବେହେରା, କଳ୍ପନା ମଞ୍ଜରୀ ଦାସ ପ୍ରମୁଖ ବହୁ ସଂଖ୍ୟାରେ ମହିଳା କର୍ମଚାରୀ ଉପସ୍ଥିତ ଥିଲେ ।
