କିଶନନଗର ଠାରେ ଅନଧିକୃତ ଜନସେବା କେନ୍ଦ୍ର ଶୋଷଣ କେନ୍ଦ୍ରରେ ପରିଣତ, ଅସନ୍ତୋଷ ତେଜୁଛି

କଟକ ସଦର,୧୪/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନସାଧାରଣଙ୍କ ବିଭିନ୍ନ ଆବଶ୍ୟକୀୟ କାର୍ଯ୍ୟ କୁ ସହଜ କରିବାପାଇଁ ବିଭିନ୍ନ ସ୍ଥାନରେ ସହଜ ଜନସେବା କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ଖୋଲା ଯାଇଥବା ବେଳେ କଟକ ସଦର ଅନ୍ତର୍ଗତ କିଶନନଗର ହାଟ ବଜାର  ହନୁମାନ ମନ୍ଦିର ନିକଟରେ ଅନଧିକୃତ ଭାବେ ଖୋଲିଥିବା କେନ୍ଦ୍ର ଏଵେ ଶୋଷଣ କେନ୍ଦ୍ରରେ ପରିଣତ ହୋଇଥିବା ଅଭିଯୋଗ ହେଉଛି।

ଯେଉଁଥିପାଇଁ  ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ଉକ୍ତ ଜନସେବା କେନ୍ଦ୍ରଟି ଅନ୍ୟତ୍ର ଖୋଲିବାକୁ ଅନୁମତି ପାଇଥିବା ବେଳେ କିଶନନଗର ଠାରେ କେଉଁ ଓ‌ କାହା ସ୍ବାର୍ଥରେ ଅନଧିକୃତ ଭାବେ ଖୋଲିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନିର୍ଧାରିତ ସରକାରୀ ମୂଲ୍ୟ ଠାରୁ ଦୁଇରୁ ଵହୁ ଗୁଣା ଅଧିକ ନେଇ ଲୋକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା ବେଳେ ତହସିଲ ନିକଟରେ ଏଭଳି ଖୁଲମଖୁଲା ବେଆଇନ କାର୍ଯ୍ୟ କିପରି ତହସିଲ ପ୍ରଶାସନ ଜାଣି ପାରୁନି ବୋଲି ମତପ୍ରକାଶ ପାଉଛି। ତୁରନ୍ତ ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।ସାଧାରଣ ଜନତା ଙ୍କ ଅଭିଯୋଗ ଓ ହିତ ପାଇଁ ପ୍ରକାଶ ।

Leave a Reply

Your email address will not be published. Required fields are marked *