ସିଟିଜେନସ୍ ଫୋରମର ୧୦ମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, ୦୨/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ସିଟିଜେନସ୍ ଫୋରମ ଗ୍ରେଟର ଗାଡକଣ ୧୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଫୋରମର ସଭାପତି ଡ. ସୁରେନ୍ଦ୍ର ମୋହନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇ ଥିଲେ।

ଏହି ଅବସରରେ ୨୦୨୫ବର୍ଷ ପାଇ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କୁ ସିଟିଜେନସ୍ ଲିଜେଣ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ଏବଂ ଅନୁଷ୍ଠାନର ମୁଖପାତ୍ର “ଅଗ୍ରଗାମୀ”କୁ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଫୋରମର ଉପଦେଷ୍ଟା ଅମୁଲ୍ୟ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଜଗବନ୍ଧୁ ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ ।

ଉଦଘୋଷିକା ଅନୁସୂୟା ସାହୁ ସୂଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଡ଼ିଆ ସେଲର ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା, ଯୁଗ୍ମ ସମ୍ପାଦକ ଜଗବନ୍ଧୁ ନାୟକ, କୋଷାଧ୍ୟକ୍ଷ ସିଲା କେଶବ ପାତ୍ର, ଉପଦେଷ୍ଟା ବିଶ୍ବର ନାୟକ, ଶୁରେଷ ପାଢୀ, ସାରଦା ପଣ୍ଡା, କର୍ଣ୍ଣେଲ ସନ୍ତୋଷ ପୃଷ୍ଟି, ରମେଶ ଚନ୍ଦ୍ର ସାହୁ, ନରେନ୍ଦ୍ର କୁମାର ନାୟକ, ଦେବାନନ୍ଦ ସାମଲ, ଶୁଭ୍ରକାନ୍ତ ଦାସ, ଲିଙ୍ଗରାଜ ରାଜୁ, ବେବସ୍ମିତା ଜେନା, ବ୍ରଜେଶ୍ୱରୀ ବେହେରା, ଡ. ସନ୍ତୋଷ ଆଚାର୍ୟ୍ୟ, ଡ. ବିଦ୍ୟାଧର ପାଢୀ, ବଳରାମ ପ୍ରଧାନ, ରଶ୍ମିରଞ୍ଜନ ପରିଡ଼ାଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଉପ ସଭାପତି ପ୍ରଦୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *