କଟକ ସଦର, ୧୩/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଭୁବନେଶ୍ବର କମିଶନରେଟ ନାକତଳେ ତଥା କଟକ କମିଶନରେଟ ଵୈୟାଳିଶମୈ।ଜା ଥାନା ଧୁଳିସର ର ନଦୀବନ୍ଧ
କଡ଼ରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ
ଚାଳ ଘରେ ଦୀର୍ଘ ଦିନ ହେଲା ଚାଲିଥିବା ବେଆଇନ ବନ୍ଧୁକ କାରଖାନା ଉପରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ଚଢାଉ କରି ବିପୁଳ ପରିମାଣର ସାଜ ସରଞ୍ଜାମ ସହ ବିକ୍ରି ପାଇଁ ଥିବା ୩୦ ରୁ ଅଧିକ ଵନ୍ଧୁକ ଜବତ କରିଥିବା ଜଣାପଡିଛି।
ବାହାରକୁ ଦେଖାଯାଉଛି ଗୁହାଳ, ଭିତରେ ବନ୍ଧୁକ ମାଳମାଳ । ଏଥିରେ ସମ୍ପୃକ୍ତ ଥିବା କାରଖାନାର ମାଲିକ ଶରତ ଚନ୍ଦ୍ର ବେହେରା (ଯାଦବ) ଙ୍କ ସହିତ ବିହାରର ଦୁଇ ଜଣ ଓ ପଶ୍ଚିମବଙ୍ଗର ଜଣେ , ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଏହି ବେଆଇନ ବନ୍ଧୁକ କାରଖାନା ଚଳାଇବା ଓ କାରବାର ରେ ଅଧିକ ବ୍ୟକ୍ତି ଙ୍କର ସମ୍ପୃକ୍ତି ଥିବା ଆଶଙ୍କା ଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣା କିପରି ପୋଲିସ ଜାଣିପାରୁ ନଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
