ନବବଧୁ ହତ୍ୟା ଅଭିଯୋଗ

ନିରାକାରପୁର, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଶରତ ଦାସ ଙ୍କ ସାନ ଝିଅ ଟୁନି ଦାସ ( ୨୫) ଜଂକିଆ ଥାନା ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ସ୍ଵର୍ଗତ ବଳରାମ ସୁନ୍ଦରାୟଙ୍କ ବଡ଼ ପୁଅକୁ ୯ ମାସ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପର ଠାରୁ ଜ୍ବାଇଁ ବାହାରକୁ ଚାକିରି କରିବକୁ ଚାଲି ଯାଇଥିବାବେଳେ ଏ ପର୍ୟ୍ୟନ୍ତ ଆସି ନ ଥିଲେ। ବିବାହ କିଛି ଦିନ ପରଠୁ ଶାଶୁ, ନଣଦ ଅଧିକ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିଲେ ବୋଲି ମୃତକ ନବ ବଧୂ ର ପିତାଙ୍କ ଅଭିଯୋଗରୁ ଜଣା ପଡ଼ିଛି। ତାଙ୍କ ଅଭିଯୋଗ ଅନୁଯାୟୀ ଝିଅକୁ ଜ୍ୱାଇଁ ସହିତ କଥାବାର୍ତ୍ତା କରିବାକୁ ନ ଦେଇ ସବୁବେଳେ ନିର୍ୟାତନା ଦେଉଥିଲେ। ଗତକାଲି ଝିଅ ରାତିରେ କାନ୍ଦି କାନ୍ଦି ବାପ ଘରକୁ ଫୋନ୍ କରିଥିଲେ। ଆଜି ସକାଳୁ ଝିଅ ପଡ଼ିଯାଇ ଅଚେତ୍ ହୋଇଯାଇଥିବା କୃଷ୍ଣପୁର ରୁ ଫୋନ ପାଇ ଝିଅ ଘର ଲୋକେ ଡାକ୍ତରଖାନାରେ ପହଞ୍ଚି ଥିଲେ। ସେଠାରେ ଝିଅକୁ ମୃତ ଅବସ୍ଥାରେ ଦେଖିଥିଲେ। ଶାଶୁ ଘର ଲୋକେ ହତ୍ୟା କରିଛନ୍ତି ବୋଲି ଝିଅ ର ପିତା ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *