ଗରଦପୁର,୧୪/୦୪/୨୦୨୫(ଓଡ଼ିଶା ସମାଚାର)- ପୂଜ୍ୟ ପୂଜା ସଂସଦ , ପାଟକୁରା ର ୬ଷ୍ଠ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ କଳାବୁଦା ବାରୁଣି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ଡ଼ ବୈଲୋଚନ ଛାଟୋଇ ପୌରୋହିତ୍ୟ କରିଥିଲେ ।
ଉତ୍ସବରେ ଉଦଘାଟକ ଭାବେ ଡ଼ ସୃତିସାଗର ସରସ୍ୱତୀ ଓ ମୁଖ୍ୟ ଅତିଥି ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼ ସୁନାମଣି ରାଉତ , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ବିକାଶ ଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ସଂସ୍କୃତ ଭାରତି ପଣ୍ଡିତ ନୃସିଂହ ଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ସାହିତ୍ୟ ସଂସ୍କୃତି ଓ ପରମ୍ପରା ସମାଜକୁ ପ୍ରାଣବନ୍ତ ରୁଦ୍ଧିବନ୍ତ ଓ ଗତିଶିଳ କରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ ।
ପ୍ରାରମ୍ଭରେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରିଥିଲେ । ସଙ୍ଗୀତ ବିଷାରଦ ଶଶିଭୁଷଣ ମହାନ୍ତି ଙ୍କ ଦଳ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ପଣ୍ଡିତ ପ୍ରଫୁଲ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ ।
ସେହିପରି ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ରାଉତ, ମଂଚ ଅଭିନେତା ରାକେଶ ପଟ୍ଟନାୟକ୍, ପ୍ରାକ୍ତନ ଶିକ୍ଷକ ଶରତ ଚନ୍ଦ୍ର ଜେନା, ମୃତିକା ଶିଳ୍ପି ରାଜେନ୍ଦ୍ର ଶତପଥି ଓ କବି ସୁଶାନ୍ତ ଦାସ ଙ୍କୁ ପାଟକୁରା ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବର ୨ୟ ସୋପାନରେ ସ୍ୱ ରଚିତ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଉତ୍ସବ ପରିଚାଳନାରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନବଘନ ସାମଲ, ସାମାଜିକ କର୍ମି ନବାବ କୁମାର ପଣ୍ଡା,ସାମ୍ବାଦିକ କମଳାକାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିଲେ ।
