କଟକ ସଦର,୨୫/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବାଲିଯାତ୍ରାର ଦ୍ୱିତୀୟ ଦିନ ଅର୍ଥାତ୍ ଆଜି ବୁଧବାର ପୂର୍ବାହ୍ନରେ ଏକ ଅଘଟଣ ଘଟିଛି।ତଳ ପଡ଼ିଆ ନିକଟରେ ମହାନଦୀରେ ଶୌଚ ହେବାକୁ ଯାଇଁ ପଶ୍ଚିମ ବଙ୍ଗ ଅଞ୍ଚଳର ଶଙ୍କର ମିସ୍ତ୍ରୀ ନାମକ ଜନୈକ ଯୁବକ ନଦୀରେ ବୁଡି ନିଖୋଜ ଥିବା ଜଣାପଡିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ସର୍ଚ୍ଚ ଅପରେସନ ଚଳାଇଥିଲେ ହେଁ ରିପୋର୍ଟ ଲେଖା ହେବା ପର୍ୟ୍ୟନ୍ତ ନିଖୋଜ ଯୁବକଙ୍କର ସନ୍ଧାନ ମିଳିପାରିନାହିଁ।
କଟକ ବାଲିଯାତ୍ରା ତଳ ପଡିଆରେ ଅଘଟଣ: ମହାନଦୀରେ ବୁଡି ଯୁବକ ନିଖୋଜ, ତଲାସୀ ଅଭିଯାନ ଜାରି
