ନାଗଣପୁର ସରସ୍ୱତୀ ଶିଶୁ ମନ୍ଦିରର ୩୦ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

ଗରଦପୁର,୧୪/୦୪/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରର ୩୦ତମ ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଶିଶୁ ମନ୍ଦିର ର ପ୍ରତିଷ୍ଠାତା ସାମ୍ବାଦିକ ଜ୍ଞାନ ବଲ୍ଲଭ ମହାନ୍ତି ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିକାଶ ଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବରିଷ୍ଠ ସାମ୍ବାଦିକ ବିଚିତ୍ର ମୋହନ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଠ ସମାଜ ସେବୀ ତଥା ସାମ୍ବାଦିକ ଶ୍ରୀକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଥିଲେ ।

ଏହି ଅବସରରେ ସ୍ଥାନୀୟ ଡଃ ଆର୍ତ ବଲ୍ଲଭ ମହାନ୍ତି ସଂସ୍କୃତ ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ଡଃ ସୁରଜିତା ଜେନାଙ୍କୁ ଉକ୍ରଳୀୟ ନାଥ ଧର୍ମରେ ମଠ ପରମ୍ପରା ଉପରେ ଗବେଷଣା କରି ଡକ୍ଟରେଟ୍ ଉପାଧି ଲାଭ କରିଥିବାରୁ ଶ୍ରୀମତୀ ଜେନାଙ୍କୁ ପଦ୍ମଶ୍ରୀ ଡଃ ଆର୍ତ ବଲ୍ଲଭ ମହାନ୍ତି ସାହିତ୍ୟ ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଗୀତାଞ୍ଜଳୀ ଜେନା , ଅଧ୍ୟାପିକା ସୁଚରିତା ଜେନା ଓ ଅଧ୍ୟାପକ ପଣ୍ଡିତ ପ୍ରମୋଦ ମିଶ୍ର ପ୍ରମୁଖ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ସରସ୍ୱତୀ ଲେଙ୍କା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରତିଷ୍ଟାତା ସମ୍ପାଦକ ଶ୍ରୀ ମହାନ୍ତି ସମସ୍ତ ଆମନ୍ତ୍ରୀତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଶିଶୁ ମନ୍ଦିରର ଛାତ୍ର ପ୍ରିୟାଂଶୁ ସାହୁ ଓ ସ୍ୱାଗତ ମଲ୍ଲଙ୍କୁ ୨୦୨୪-୨୫ ବର୍ଷର ଶ୍ରେଷ୍ଠ ଛାତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ୭ଜଣ କୃତିଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ନୃତ୍ୟ ନିର୍ଦ୍ଧେଶିକା ଆଚାର୍ଯ୍ୟା ଅସ୍ମିତା ମହାନ୍ତି ଓ ସହନିର୍ଦ୍ଧେଶିକା ଆଚାର୍ଯ୍ୟା ମାନସୀ ମୁଦୁଲିଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଶିଶୁମନ୍ଦିରର ପରାମର୍ଶଦାତା ଦିବଙ୍ଗତ ନାରାୟଣ ଚନ୍ଦ୍ର ସାହାଣୀଙ୍କ ଉଦ୍ଧେଶ୍ୟରେ ପ୍ରଧାନ ଆଚାର୍ଯ୍ୟା ସରସ୍ୱତୀ ଲେଙ୍କା ଶୋକବ୍ୟକ୍ତ କରିଥିଲେ । ଶିକ୍ଷାନୁଷ୍ଠାନର ଆଚାର୍ଯ୍ୟା ରଶ୍ମିରେଖା ସାହୁ, ଗାୟତ୍ରୀ ମହାପାତ୍ର , ଜ୍ୟୋତିର୍ମୟୀ ସିଂ, ପ୍ରିୟଙ୍କା ସାମଲ , ସସ୍ମିତା ସ୍ୱାଇଁ , ଦିପ୍ତି ଖୁଂଟିିଆ , ମାନସୀ ମୁଦୁଲି , ଅସ୍ମିତା ମହାନ୍ତି , ଆଚାର୍ଯ୍ୟ ଜ୍ୟୋତି ରଂଜନ ପାତ୍ରଙ୍କ ସମେତ କର୍ମଚାରୀ କୌଶଲ୍ୟା ସହୁ , କିଶୋର ନାୟକ ଓ ପ୍ରସନ୍ନ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *