ବଲାରପୁର କାଗଜକଳ ଇପିଏଫ୍ ପେନସନଭୋଗୀଙ୍କ ବୈଠକ ।

କଟକ ୧୪/୦୪/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନର କଟକ ଜିଲ୍ଲା ଶାଖା ପକ୍ଷରୁ ବଲାରପୁର କାଗଜ କଳ ଇପିଏଫ୍ ପେନସନଭୋଗୀଙ୍କ ବୈଠକ ସିଦ୍ଧ ଧେଉଳେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ସଭାପତି ଅଗାଧୁ ଚରଣ ପ୍ରଧାନ ସଭାପତିତ୍ବ କରିଥିଲେ।

ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ସର୍ବନିମ୍ନ ଏକ ହଜାର ହଜାର ଟଙ୍କା ଓ ତାଠାରୁ କମ୍ ପାଉଥିବା ଇପିଏଫ୍ ପେନସନଭୋଗିଙ୍କ ସର୍ବନିମ୍ନ ପେନସନ ମାସିକ ନଅ ହଜାର ଟଙ୍କା ସହ ମହାଙ୍ଗାଭତ୍ତା ପ୍ରଦାନ,ନିଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଜନା ୭୦ବର୍ଷ ପରିବର୍ତ୍ତେ ୬୦ବର୍ଷରୁ ଲାଗୁ କରିବାକୁ ଦାବି କରିଥିଲେ।

ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବବୋଲି ସଭାପତି ଅଗାଧୁ ପ୍ରଧାନ,ସମ୍ପାଦକ ବିନୋଦ ବେହେରା,କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ,ଯୁଗ୍ମ ସମ୍ପାଦକ ବୁଲେଇ ବେହେରା,ଅଲେଖ ନାୟକ ଓ ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଥିଲେ । ବଲାରପୁର କାଗଜକଳ ପେନସନଭୋଗୀଙ୍କର ଏକ ୧୧ଜଣିଆ ପରିଚାଳନା କମିଟି ଗଠନ କରାଯାଇଥିଲା । ସେଥିରେ ଦୈତାରି ଭଦ୍ର,କ୍ଷେତ୍ରବାସୀ ପାତ୍ର, କେଦାରନାଥ ସାହୁ,ଅଲେଖ ସ୍ବାଇଁ, ରମେଶ ଚନ୍ଦ୍ର ମହାନ୍ତି,ମହାଦେବ ବେଉରା,ସନାତନ ମହାପାତ୍ର, ରବିନାରାୟଣ ବାରିକ,ରବୀନ୍ଦ୍ରନାଥ ଶତପଥୀ,ଅରକ୍ଷିତ ମହାରଣା ଓ ଖୋକନ୍ ନନ୍ଦୀ ପ୍ରମୁଖ ସଦସ୍ୟ ରହିଲେ। ଦୈତାରି ଭଦ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *