ଜିଲ୍ଲାସ୍ତରୀୟ ବିକାଶ ମେଳାର ପଞ୍ଚମ ଦିବସ

ଜଗତସିଂହପୁର,୧୬/୦୬/୨୦୨୫ (ଓଡ଼ିଶା ସମାଚାର)-ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳାର ପଞ୍ଚମ ସନ୍ଧ୍ୟାରେ ଜିଲ୍ଲା ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଥିଲା । ସଭାରେ ଅଧ୍ୟକ୍ଷତା କରି ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ରବି ନାରାୟଣ ଜେଠୀ ଅନ୍ତୋଦୟ ଯୋଜନା ର ସୁବିଧା ସୁଯୋଗ ବିଷୟରେ ଜଣାଇବା ସହ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କୁ ବ୍ଲକ୍ ସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ସେମାନଙ୍କର ସହଯୋଗିତା କୁ ପ୍ରଶଂସା କରିଥିଲେ ଏବଂ ଆଗକୁ ଏହିପରି ସହଯୋଗ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।

ସଭାରେ ଉପସ୍ଥିତ ରହି ବ୍ଲକ୍ ଉନ୍ନୟନ ଅଧିକାରୀ, ବାଲିକୁଦା ବିଭାଗୀୟ ସମ୍ପର୍କିତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରାଇଥିଲେ । ସଭାରେ ଉପସ୍ଥିତ ରହି ବ୍ଲକ୍ ଉନ୍ନୟନ ଅଧିକାରୀ, ଏରସମା ବିଭାଗ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସବିଶେଷ ବର୍ଣ୍ଣନା କରିଥିଲେ ଏବଂ ସେ କହିଥିଲେ ସାଧାରଣ ଲୋକଙ୍କ ପାଖରେ କିପରି ମୌଳିକ ସୁବିଧା ପହଞ୍ଚିପାରିବ ସେ ପ୍ରତି ବିଭାଗ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଉଛି । ସଭାରେ ଉପସ୍ଥିତ ରହି ବ୍ଲକ୍ ଉନ୍ନୟନ ଅଧିକାରୀ, ଜଗତସିଂହପୁର ମଧ୍ୟ ବିଭାଗୀୟ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରାଇଥିଲେ ।

ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ରବି ନାରାୟଣ ଜେଠୀ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ସମ୍ବିତ କୁମାର ରାଉତ ଓ ଜିଲ୍ଲାର ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତ ରେ ବିଭାଗ ପକ୍ଷରୁ ଅନ୍ତୋଦୟ ଯୋଜନା ର ହିତାଧିକାରୀ ମାନଙ୍କୁ ସହାୟତା ରାଶି ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ହିତାଧିକାରୀ ମାନଙ୍କୁ ଜବ୍ କାର୍ଡ ବଣ୍ଟନ କରାଯାଇଥିଲା । ଆର୍ ଡବ୍ଲୁ ଏସ୍ ଏସ୍ କାର୍ଯ୍ୟାଳୟ ପକ୍ଷରୁ କର୍ମଶାଳା ସହ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *