ନବମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବସନ୍ତପୁର ଶିରଡ଼ି ସାଇ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଗରଦପୁର, ୨୬/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ସାଧାରଣତନ୍ତ୍ର ଦିବସରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ବସନ୍ତପୁର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ନବମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସକାଳେ ବିଦ୍ୟାଳୟର ଛୋଟ ଛୋଟ ପିଲା ମାନଙ୍କୁ ନେଇ ଶ୍ରୀ ଶ୍ରୀ ସିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି ଜାତୀୟ ପତାକା ଉତୋଳନ କରିଥିଲେ ।

ଏହାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ଓ ସାଇ ବାବାଙ୍କ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତା ପରେ ଭକ୍ତି ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ସମସ୍ତ କୃତୀ ପ୍ରତିଯୋଗି ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ସିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ସରକାରଙ୍କ ମହିଳା କମିଶନର ପରାମର୍ଶଦାତା ଡ଼କ୍ଟର ଟୁନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଦୀପ୍ତିରଂଜନ କାନୁନଗୋ, ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ମହାପାତ୍ର, ଗୀତିକାର ଜ୍ଞାନବ୍ରତ ମହାନ୍ତି ,ସଙ୍ଗୀତ ଶିକ୍ଷକ ଅମିତାଭ ସାହୁ,ଚିତ୍ର ଶିଳ୍ପୀ ସତ୍ୟ ଶେଖର ପରିଡ଼ା, ପ୍ରଶାନ୍ତ ପାଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ଶିଶୁ ମାନଙ୍କୁ ମାନପତ୍ର , ଲକେଟ୍ , ମେଡ଼ାଲ ଓ ପୁରସ୍କାର ବିତରଣ କରିଥିଲେ । କମଳ ମହାନ୍ତି, ନଳିନୀ ମହାନ୍ତି, ସଂଯୁକ୍ତା ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ସୁନୀଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କୃତୀ ପ୍ରତିଯୋଗି 

ସଙ୍ଗୀତ ସବ ଜୁନିଅର ଗୃପ୍ -୧ମ ପୁଷ୍ପାଂଜଳି ସେଠୀ, ୨ୟ ଆଶ୍ରିତ ରାଉତ, ୩ୟ ସ୍ୱରୂପ ଦେଓ
ଜୁନିଅର ଗୃପ୍-୧ମ ସୌମ୍ୟାଶ୍ରୀ ଦେବଯାନୀ ମଲିକ୍, ୨ୟ ସୌମ୍ୟ ରଂଜନ ମହାନ୍ତି , ୩ୟ ସରସ୍ୱତୀ ନାୟକ
ସିନିଅର ଗୃପ୍ – ୧ମ ଦେବାଶିଷ ସାହୁ, ୨ୟ ଶିଳ୍ପା ଦାସ , ସ୍ୱତନ୍ତ୍ର- ସୁଧାକର ନାୟକ
ନୃତ୍ୟ ସବ ଜୁନିଅର ଗୃପ୍ -୧ମ ଶ୍ରୀକନ୍ୟା ଶତପଥି, ୨ୟ ସୌମ୍ୟା ସରିତା ପ୍ରିୟଦର୍ଶିନୀ , ୩ୟ ଇତିଶ୍ରୀ ଜେନା ଓ ସ୍ୱତନ୍ତ୍ର ବେବି ମଲିକ୍
ଜୁନିଅର ଗୃପ୍-୧ମ ଶୁଭଲକ୍ଷ୍ମୀ ମଲିକ୍ ,୨ୟଶୁଭଶ୍ରୀ ଜେନା, ୩ୟ ମିତାଲି ଶୁକ୍ଳ
ସିିନିଅର ଗୃପ୍ – ୧ମ ଅର୍ପିତା ପ୍ରିୟଦର୍ଶିନୀ ଦାସ

Leave a Reply

Your email address will not be published. Required fields are marked *