ମାହାଙ୍ଗା ୨୪/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଉଷୁମା ଗ୍ରାମର ମାଳିକା ବର୍ଣ୍ଣିତ ଗୋବରୀ ନଦୀ କୂଳରେ ଅବସ୍ଥିତ ଥିବା ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ଶମ୍ଭୁ ଓ ମା ଯୋଗମାୟା ଆଦିଶକ୍ତି ପୂର୍ଣ୍ଣବ୍ରହ୍ମ ଙ୍କ ପୀଠରେ ପବିତ୍ର କାର୍ତ୍ତିକ ମାସରେ ଗୁଜରି ରାସ, ବ୍ରହ୍ମ ଏକାକ୍ଷର ମେଳା, ବେଦପାଠ ଗୀତାପାଠ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତହେଉଛି । ପଞ୍ଚୁକ ସମୟରେ ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ଶମ୍ଭୁ ଓ ଯୋଗମାୟା ଆଦିଶକ୍ତି ଙ୍କ ପୀଠରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମ ଏକାକ୍ଷର ମେଳା ର ପାଞ୍ଚପାଳି ଶେଷ ହେଲା । ଏହି ପରୀପ୍ରେକ୍ଷୀରେ ପ୍ରଥମେ ଏହି ପୀଠରେ ଯୁବ କଥା ବାଚକ ସୁଶାନ୍ତ ନାୟକ ଙ୍କ ଦ୍ଵାରା ପ୍ରବଚନ ଯାହାକି କେଉଁ କେଉଁ ବୃକ୍ଷ ରେ କେଉଁ କେଉଁ ଦେବା ଦେବୀ ଙ୍କ ବାସ ସହ ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ ଦେଇଥିଲେ ।
ଏହାପରେ ବେଦ ବିଦ୍ୟାଳୟର ଗୁରୁଜୀ ଓ ପିଲାମାନଙ୍କ ଦ୍ୱାରା ବେଦ ପାଠ ଗୀତା ପାଠ ପରିବେଷଣ କରଯାଇଥିଲା । ଏହାପରେ କଟକ ଜଗତପୁର ସ୍ଥିତ ବାର ବୋଡ଼ିଆ ଅଞ୍ଚଳର ଅନିମା ମା ଙ୍କ ଦ୍ୱାରା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏହି ପୀଠରେ ଚାଲିଥିବା ବ୍ରହ୍ମ ଏକାକ୍ଷର ମେଳା ୫ମ ପାଳି ସହ ପୂଜାର୍ଚ୍ଚନା ହୋଇଥିଲା । ଏହାଛଡା ସାଲେପୁର ନିକଟସ୍ଥ ବୌଦ୍ଧ କୀର୍ତ୍ତି ମାଳିକା ବର୍ଣ୍ଣିତ ବ୍ରହ୍ମା ବଣ ଆଶ୍ରମର ଅଧ୍ୟକ୍ଷ ବିପିନ୍ ବିହାରୀ ଦାସଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ତତସହିତ ମାହାଙ୍ଗା ଏରକଣା ସ୍ଥିତ ପ୍ରତିଷ୍ଠାତା ସ୍ୱର୍ଗତ ଧନେଶ୍ୱର ପଲେଇଙ୍କ ଦ୍ଵାରା ଗଠନ ହୋଇଥିବା ମା କାଳୁଆ ରାମଚଣ୍ଡୀ ରାସ ମଣ୍ଡଳୀ ଦ୍ୱାରା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଗୁଜରୀ ରାହାସ ପରିବେଷଣ କରଯାଇଥିଲା ।
ଏହି ପୀଠ ୨୦୨୩ ମସିହା ଶ୍ରୀପଞ୍ଚମୀ ଦିନ ଠାରୁ ଆବିର୍ଭାବ ହୋଇ ଅଦ୍ୟାବଧି ବାର ମାସରେ ତେର ପର୍ବ ସହ ରାହାସ, ମେଳା, ଗୀତା ପାଠ, ବେଦ ପାଠ, ପ୍ରବଚନ, ମାଳିକା କଥା, ହୋମ ଯଜ୍ଞ ଆଦି ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଅଛି । ଏହି ମାଳିକା ବର୍ଣ୍ଣିତ ପୀଠକୁ ଓଡିଶାର କୋଣ ଅନୁକୋଣରେ ଥିବା ପୀଠ ମାନଙ୍କର ମହନ୍ତ, ପୀଠାଧୀଶ,ସାଧୁସନ୍ଥ, ଭକ୍ତ, ଶ୍ରଦ୍ଧାଳୁ ଙ୍କ ସମେତ ନେତା ରାଜନେତା ମାନେ ଆସି ପ୍ରଭୂ ଓ ମାଙ୍କ କୃପା ଲାଭ କରନ୍ତି । ଏହାଛଡା ଯେଉଁ ବ୍ୟକ୍ତିଙ୍କ ରୋଗ , କୌଣସି ସମସ୍ୟା ଥିବ ଏହି ପୀଠରେ ପୂଜାର୍ଚ୍ଚନା କଲେ ଆରୋଗ୍ୟ ଲାଭ ହୋଇଥାଏ ବୋଲି ଶ୍ରଦ୍ଧାଳୁ ମାନେ କହୁଛନ୍ତି । ଏପରିକି ଯିଏ ମାନସିକ କରନ୍ତି ତାହା ମଧ୍ୟ ପୂରଣ ହେଲା ପରେ ପୂଜାର୍ଚ୍ଚନା କରିଛନ୍ତି । ତେବେ ଏହି ପୀଠରେ ମହାପୁରୁଷ ଙ୍କ ମାଳିକା ପ୍ରମାଣ ଅନୁସାରେ ବହୁ ଗୁପ୍ତ ତଥ୍ୟ ଆଗକୁ ପ୍ରକାଶ ହେବା ସହ ଭକ୍ତଙ୍କ ସମାଗମ ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।
