କଟକ ସଦର ବିଜେପି: ୪୨ ମୈ।ଜା, କନ୍ଦରପୁର, ନେମାଳ  ମଣ୍ଡଳରେ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା 

କଟକ ସଦର,୧୪/୦୮/୨୦୨୬ (ଓଡ଼ିଶା ସମାଚାର)-ବିଷ୍ଣୁ ବେହେରା): ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୈ।ରଵମୟ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଜନମାନସରେ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଦେଶବ୍ୟାପୀ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କଟକ ସଦରର ତିନୋଟି ବିଜେପି ମଣ୍ଡଳରେ ଆଜି ଶୁକ୍ରବାର ଦିନ ‘ହର ଘର ତ୍ରିରଙ୍ଗା’ ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ ୪୨ ମୈ।ଜା ମଣ୍ଡଳ ସଭାପତି ସୁଧାଂଶୁ ଶେଖର ଦାସଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ବ୍ରହ୍ମପୁର ପଞ୍ଚାୟତ ଝିଙ୍କିରିଆ ରଣାଷେଣ୍ଡ ମନ୍ଦିର ରୁ ବାହାରି କଳପଡା ବସନ୍ତକୁଣ୍ଡଳ ଦେଇ କୂଳସରିଚୁଆଁ ଖଲର୍ଦ୍ଦା ସେତୁ ନିକଟରେ ସମାପ୍ତ ‌ହୋଇଥିଲା। ସେହିପରି ଅପରାହ୍ନରେ କନ୍ଦରପୁର ମଣ୍ଡଳ ସଭାପତି ନିରଂଜନ ରାଉଳଙ୍କ ନେତୃତ୍ଵରେ ଶୋଭାଯାତ୍ରା କନ୍ଦରପୁର ବଜାର ପରିକ୍ରମା କରିଥିଲା।

ସେହିପରି ସଂଧ୍ୟାରେ ନେମାଳ ମଣ୍ଡଳ ସଭାପତି ମୀନକେତନ ମହାନ୍ତିଙ୍କ ନେତୃତ୍ବରେ ଗୋପିନାଥପୁର ସହିଦ୍ ଶିଵ ପ୍ରଶନ୍ନ ପଣ୍ଡା ଙ୍କ ସ୍ମୃତି ପୀଠ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ଜନାର୍ଦ୍ଦନପୁର ସହିଦ୍ ଗୋପୀନାଥ ମହାରଣା ଙ୍କ ସ୍ମୃତି ପୀଠ ନିକଟକୁ ଯାଇଥିଲା। ନେମାଳ ବ୍ୟତିତ ଅନ୍ୟ ତିନୋଟି ମଣ୍ଡଳରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସାମିଲ ‌ହୋଇ ଦେଶ ପ୍ରେମର ବାର୍ତ୍ତା ବାଣ୍ଟିଥିଲେ। ସେହିପରି ଆଜି କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ମଧୁସ୍ମିତା ପ୍ରଧାନ ଙ୍କ ନେତୃତ୍ଵରେ ମ‌ହିଳା ମାନଙ୍କ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା କଲେଜ ଛକ ଠାରୁ ବକ୍ସିବଜାର ସମାଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

Leave a Reply

Your email address will not be published. Required fields are marked *