ଯାଜପୁର,୧୦/୦୪/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୈଉରାଜଜ୍ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଆଇନ୍ ସଚେତନତା ସଭା ପ୍ରାଧିକରଣ ର ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଙ୍କ ଅଧ୍ୟକ୍ଷତାରେ ରାମବାଗ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅତିଥି ଆଲୋଚକ ଭାବେ ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା ,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ବିଷୟ ରେ ଆଲୋକପାତ କରିଥିବାବେଳେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଆଇନ୍ ସେବା ଅନୁଷ୍ଠାନ ଗୁଡିକର କାର୍ଯ୍ୟପରିସର ସହ ଥାନାର ଏତଲା,ଜାମିନ୍ ,ଅଦାଲତି ତଲବ,ଗିରଫ ପରଓ୍ବାନା,ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରିଥିଲେ।
ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ମହେଶ୍ଵର ସାହୁ ସ୍ବାଗତ ବକ୍ତବ୍ୟ ରଖିଥିବା ବେଳେ ବିଦ୍ୟାଳୟ ଲିଗାଲ୍ ଲିଟ୍ରେସି କ୍ଲବ୍ ଦାୟିତ୍ଵରେ ଥିବା ଶିକ୍ଷୟତ୍ରୀ ଶ୍ରୀମତୀ ବବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଦଶରଥପୁର ର ଅତିରିକ୍ତ ତହସିଲଦାର ଶ୍ରୀ ବାବୁରାମ ମୁର୍ମୁ ,ସ୍ଥାନୀୟ ଆରକ୍ଷୀ ଅଧିକାରୀ ଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାକର୍ମୀ,ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।
