କନ୍ଦରପୁର ରେଲୱେ ଲେଵୁଲକ୍ରସିଂ ରାସ୍ତା ମରଣଯନ୍ତା, ଲୋକେ ହିନସ୍ଥା

କଟକ ସଦର,୨୬/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ କନ୍ଦରପୁର ରେଲୱେ ଲେଵୁଲକ୍ରସିଂ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଯାହା ଫଳରେ ଲୋକମାନେ ପ୍ରତିଦିନ ନାହିଁ ନଥିବା ହିନସ୍ଥା ଭୋଗୁଥିବା ଦେଖାଦେଇଛି। ପ୍ରକାଶ ଯେ କଟକରୁ କନ୍ଦରପୁର ଦେଇ ଜଗତସିଂହପୁର ନୂଆଗାଁକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ଲେଵୁଲକ୍ରସିଂ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ କଛପ ଗତିରେ ଓଭର ଵ୍ରିଜ୍ କାମ ଚାଲିଛି।

ଏଥିପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଗମନାଗମନ ପାଇଁ ନିର୍ମାଣ କରାଯାଇଥିବା ନିମ୍ନମାନର ଆପ୍ରୋଚ୍ ରୋଡ ପାଇଁ ଲୋକମାନେ ଦୂର୍ଦଶା ଭୋଗ କରୁଛନ୍ତି। ଖରା ହେଲେ ରାସ୍ତାରେ ଡଷ୍ଟ ଉଡ଼ିବା ଏବଂ ବର୍ଷା ହେଲେ ଖାଲଖମା ରେ ପାଣି ଭର୍ତ୍ତି ଯୋଗୁଁ ଗାଡ଼ି ଚାଳକ ବିଶେଷ କରି ବାଇକ୍ ଆରୋହୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ପ୍ରତ୍ୟହ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟି ଚାଲିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆନଗଲେ ଜନସାଧାରଣ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ପଛେଇଵେ ନାହିଁ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *