ରାୟଗଡା, ୧୧/୦୫/୨୦୨୫(ଓଡ଼ିଶା ସମାଚାର)- ଜିଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ୱାବଧାନରେ ରାୟଗଡା ଜିଲା ସିଭିଲକୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ରାୟଗଡା ଜିଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତରେ ଦୀର୍ଘ ଦିନ ଧରି ପଡିରହିଥିବା ୧୧୯ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୩୯,୫୨,୩୯୬/-(ଅଣଚାଳିସ ଲକ୍ଷ ବାବନ ହଜାର ତିନି ଶହ ଛୟାନବେ) ଟଙ୍କା ର ସେଟେଲମେନ୍ଟ କରାଯାଇଅଛି ।
ସେହିରି ରାଜସ୍ୱ ସମ୍ୱନ୍ଧିତ ୫୫୨୮ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ୱନ୍ଧିତ ୭ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୨,୪୬,୧୧୧/-(ଦୁଇ ଲକ୍ଷ ଛୟାଳିସ ହଜାର ସହେ ଏଗାର) ଟଙ୍କା ର ସେଟେଲମେନ୍ଟ କରାଯାଇଅଛି ।
ଏହି ଲୋକ ଅଦାଲତ ଜିଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ ଓଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ମହିଳା କୋର୍ଟର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ବରିଷ୍ଟ ଦେୱାନି ବିଚାରପତି ଆଶିସ ପଟ୍ଟନାଏକ, ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ୍, ଗ୍ରାମ ନ୍ୟାୟଧିକାରୀ, କୋଲନରା ଶ୍ରୀମତି ଜ୍ୟୋତିରମୟୀ ଷଡଙ୍ଗୀ, ଜେ.ଏମ୍.ଏଫ୍.ସି ଶ୍ରୀ ରିଚିମିଲନ ପାତ୍ର, ଜେ.ଏମ୍.ଏସ.ସି ଏସ୍.ଆର ତୋସାଲି, ରାୟଗଡା ବାର ଆସୋସିଏସନର ଆଇନଜୀବି ପ୍ରମୁଖ ଯୋଗଦେଇଥିଲେ ।
ଏହି ଲୋକ ଅଦାଲତ ଟିକୁ ସଫଳ କରିଥିବାରୁ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଆଚାର୍ଯ୍ୟ ଜିଲାର ଜନସାଧାରଣ ତଥା ଆଇନଜୀବି ଓ ରାଜସ୍ୱ ବିଭାଗ ଓ ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
