କଟକ ସଦର , ୩୧/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା କାଲି ୨୦୨୪ ନୂଆ ବର୍ଷର ପ୍ରଥମ ଦିନରେ ମେଟ୍ରୋ କ୍ୟାଲେଣ୍ଡରରେ ଯୋଡ଼ି ହେଵାକୁ ଯାଉଛି ଓଡ଼ିଶା ରାଜ୍ୟର ପ୍ରଥମ ମେଟ୍ରୋଟ୍ରେନ ପରିବହନ ସେଵା। କଟକ ଭୁବନେଶ୍ବର ଟୁଇନ ସିଟି ପାଇଁ ୬୨୦୦.୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦ ଟି ଷ୍ଟେସନ ବିଶିଷ୍ଟ ଏହି ମେଟ୍ରୋଟ୍ରେନ ପରିବହନ ସେଵାର ପୂର୍ବାହ୍ନ ସାଢେ଼ ଏଗାରଟାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ତ୍ରିଶୁଳିଆ ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଵେ ଵୋଲି ଜଣାଯାଇଛି। କଟକ ତ୍ରିଶୁଳିଆ ଠାରୁ ଭୁବନେଶ୍ଵର ବିମାନ ବନ୍ଦର ପର୍ଯ୍ୟନ୍ତ ୨୬ କିମି ରାସ୍ତା ପାଇଁ ନିର୍ମାଣ ହେବାକୁ ଥିବା ଉକ୍ତ ପ୍ରକଳ୍ପଟି ୪ ବର୍ଷ ମଧ୍ୟରେ ଶେଷ ହେଵ ଵୋଲି କୁହାଯାଇଥିବା ବେଳେ ଏହାର ଖର୍ଚ୍ଚ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାର ବହନ କରିଵେ ଵୋଲି ଜଣାଯାଇଛି। ଏହି ପ୍ରକଳ୍ପକୁ କଟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଲମ୍ବାଇଵାକୁ ସିଏମସି ପକ୍ଷରୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଦିଆଯିବ ଵୋଲି ଜଣାଯାଇଛି। ଆସନ୍ତା କାଲି ସୋମବାର ଦିନ ମୂଖ୍ୟମନ୍ତ୍ରୀ ନବୀନ ନିବାସରୁ ଵାହାରି ବିମାନବନ୍ଦର ଠାରେ ଥିବା ପ୍ରଵାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସିଧା ରୋଡ଼ ସୋ ରେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯିବାକୁ ସ୍ଥିରୀକୃତ ହୋଇଥିବାରୁ ଭୁବନେଶ୍ୱରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଲୋକମାନେ ମାନବ ଶୃଙ୍ଖଳ ସାହାଯ୍ୟରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଵେ ଵୋଲି ପ୍ରସ୍ତୁତିରୁ ଜଣାପଡିଛି।