ଜାତୀୟ ସେବା ଯୋଜନାର ଶୀତ କାଳୀନ ଶିବିର ଉଦଯାପିତ

ଗରଦପୁର, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଦ୍ୱାରା ଅନୁଷ୍ଠିତ ସ୍ୱତନ୍ତ୍ର ଶୀତ କାଳୀନ ଶିବିର ଉଦଯାପିତ ହୋଇ ଯାଇଛି । ଗତ ୨୫ ତାରିଖ ସୋମବାର ଦିନ ତେଣ୍ଡାକୁଡ଼ା ବିଷ୍ଣୁପ୍ରିୟା ପ୍ରାଥମିକ ବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁଙ୍କ ଦ୍ୱାରା ଏହି ଶିବିର ଉଦଘାଟିତ ହୋଇଥିଲା । ୨୫ ଜଣ ଛାତ୍ର ସ୍ୱେଛାସେବୀ, ଦୁଇ ଜଣ ଅଣ ଛାତ୍ର ସ୍ୱେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ବସନ୍ତ କୁମାର ପାତ୍ର ବିଭିନ୍ନ ସମାଜସେବା ମୂଳକ ଓ ସ୍ୱଛ ଭାରତ କାର୍ଯ୍ୟକ୍ରମ କରିଥିଲେ । ଉଦଯାପନୀ ଉତ୍ସବ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ସଂସ୍ଥାର ପୂର୍ବତନ ତାଲିମ ଅଧିକାରୀ ତଥା ବର୍ତମାନର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁ ହାଟ ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ଯୋଗଦାନ କରି ଜାତୀୟ ସେବା ସଂସ୍ଥାର ଉପôତି, କାର୍ଯ୍ୟକାରିତା , ଦେଶ ଓ ଜାତିର ଉପାଦେୟତା ସମ୍ପର୍କରେ ଶିବିରାର୍ଥି ମାନଙ୍କୁ ବୁଝାଇଥିଲେ । ସମସ୍ତ ଶିବିରାର୍ଥି ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ବସନ୍ତ କୁମାର ପାତ୍ର କାର୍ଯ୍ୟର ବୀବରଣି ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ମାଧ୍ୟମିକ ବିଦ୍ୟାଳୟର ଉର୍ଦ୍ଧୁ ବିଭାଗର ଅଧ୍ୟାପକ ମହମ୍ମଦ ମସୁଦ୍ ଅଲୀ ଓ ଚପୀରୀଶୀ ରଣଜିତ ମହାନ୍ତି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *