ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ୩୭ ୟୁନିଟ ରକ୍ତ ସଂଗ୍ରହ

ଭୁବନ,୦୧/୦୪/୨୦୨୫ (ଓଡ଼ିଶା ସମାଚାର)- ଭୁବନ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ପବିତ୍ର ଉତ୍କଳ ଦିବସ ଅବସରରେ ସାଇ ମନ୍ଦିର ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ଅମୃତ ବିନ୍ଦୁ ) ଆୟୋଜନ କରାଯାଇଥିଲା ।

ଢେ଼ଙ୍କାନାଳ ଜିଲ୍ଲା ରେଡକ୍ରସ ଟିମ୍ ଦ୍ଵାରା ସମୁଦାୟ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଭୁବନ ସତ୍ୟସାଇ ସେବା ସମିତି ଆବାହକ ରଞ୍ଜନ କୁମାର ରଣା ଙ୍କ ସମେତ ନୃସିଂହ ଚରଣ ସାହୁ,ପ୍ରଦୀପ ଶତପଥି,ସନ୍ତୋଷ କୁମାର ସାହୁ,ପ୍ରତାପ ଦାସ,ରଘୁନାଥ ସାହୁ,ନରେନ୍ଦ୍ର କୁମାର ନନ୍ଦୀ,ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ସତ୍ୟ ନାରାୟଣ ଦେଓ ,ଶ୍ରୀମତୀ ରାଧାରାଣୀ ମିଶ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *