ରାଜ୍ୟରେ ଆଉ ୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ: ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ କୁ ବୃଦ୍ଧି

ଭୁବନେଶ୍ୱର, ୩୧ /୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଆଉ ୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିତ । ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି। ମୋଟ୍ ୧୯ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ରୁ ବର୍ତ୍ତମାନ ରାଜ୍ୟର ସକ୍ରିୟ ସଂକ୍ରମିତ ଙ୍କ ସଂଖ୍ୟା ୧୮ ରହିଛି।
ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି। ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି। ତେଣୁ ଆତଙ୍କିତ ହେବାର ନାହିଁ। ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି। ସ୍ଥିତି ଉପରେ ନଜର ରଖାଯାଇଛି। ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍।

Leave a Reply

Your email address will not be published. Required fields are marked *