କଟକ ସଦର,୨୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) : କଟକ ସଦର ଅନ୍ତର୍ଗତ ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ମନ୍ଦିର ନିକଟରେ ଆଜି ସୋମବାର ଦିନ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ସଂଗଠନ ର ସଭାପତି ସମାଜସେବୀ, ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ପୂଜାର୍ଚ୍ଚନା ସହ ଜମିରେ ହଳ କରି ବିହନ ଵୁଣିଥିଲେ। ଏହି ଉପଲକ୍ଷେ ସତ୍ୟରଂଜନ ମହାପାତ୍ର ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ପ୍ରଫେସର ନାୟକ ସଂଗଠନ ପକ୍ଷରୁ ଶତାଧିକ ଅଗ୍ରଣୀ ଚାଷୀ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରି ସମସ୍ତଙ୍କ ଜୀବନରେ ନୂଆ ଆନନ୍ଦର ଅକ୍ଷିମୁଠି ଅନୁକୂଳ ହେଉ ବୋଲି କହିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନ ର ମୁଖ୍ୟ ଉପଦେଷ୍ଟା ଵିଜୟ କୁମାର ନାୟକ, ଅଭିମନ୍ୟୁ ସାହୁ, ଉଦୟ ସାସମଲ, ସୁନିଲ କୁମାର ମୁଦୁଲି, ପ୍ରକାଶ ମାଝୀ, ଜିତେନ୍ଦ୍ର ସ୍ୱାଇଁ, ସୂଦର୍ଶନ ଜେନା, ଗଣେଶ୍ୱର ପରିଡ଼ା,ଶରତ ରାୟ ସୈ।ମେନ୍ଦ୍ର ମହାପାତ୍ର, ସଂଜୀବ ବିଶ୍ୱାଳ ପ୍ରମୁଖ ସମସ୍ତ ସଦସ୍ୟ ସହାୟତା କରିଥିଲେ।
