ଖୋର୍ଦ୍ଧା,୩୧/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଗରିବ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାବା କପିଳଶ୍ୱର ସେବା ସମିତି ଡିଆ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଶୀତ ରାତିର ଥଣ୍ଡା ଧିରେ ଧିରେ ବଢ଼ିବାରେ ଲାଗିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ କପିଳଶ୍ୱର ସେବା ସମିତି ପକ୍ଷରୁ ଉକ୍ତ ସେବା କାର୍ଯ୍ୟ କରାଯାଇଛି। ସତୁରି ଜଣ ଅସହାୟ ଗରିବ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଚିହ୍ନଟ କରି କପିଳଶ୍ୱର ସେବା ସମିତିର
ଆବାହକ ରଂଜନ କୁମାର ଦାଶଙ୍କ ନେତୃତ୍ୱରେ ବାବା କପିଳଶ୍ୱର ଦେବଙ୍କ ପୀଠରେ ସମିତିର ସଭାପତି ରଘୁନାଥ ଭଟ୍ଟ ଓ୍ବାର୍ଡ ସଭ୍ୟ ସଂଯୁକ୍ତା ମିଶ୍ର,ଭକ୍ତିଲତା ତ୍ରିପାଠୀ, ଶିକ୍ଷାବିତ ଉମେଶ ଚନ୍ଦ୍ର ମିଶ୍ରଙ୍କ ସହିତ ମହେଶ୍ୱର ପରିଡା,ଚନ୍ଦନ ପ୍ରଧାନ, ଚିତ୍ତ ରଂଜନ ଶତପଥି, ଶିଶିର ପରିଡା ପ୍ରମୁଖ ସମିତିର ସକ୍ରିୟ ସଭ୍ୟମାନେ ଉପସ୍ଥିତ ରହି ଶୀତବସ୍ତ ପ୍ରଦାନ କରିଥିଲେ। ଅସହାୟ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିବାରୁ ସ୍ଥାନୀୟ ଅଂଚଳର ଲୋକେ ବେଶ ପ୍ରଶଂସା କରିଛନ୍ତି ।
ଗରିବ ଅସହାୟ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ
