ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ସିଧା ପ୍ରସାରଣ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ୫ ଟି ସ୍ଥାନରେ ହେବ,୨୭୦୬ ଜଣ ଉଦଘାଟନ ଦିନ କାର୍ଡ ପାଇବେ 

କଟକ ସଦର ,୦୫/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବହୁ ପ୍ରତିକ୍ଷିତ କେନ୍ଦ୍ରିୟ ଆୟୁଷ୍ମାନ ଭାରତ ଯୋଜନା ର‌ ଶୁଭାରମ୍ଭ ଆସନ୍ତା ୧୧ ତାରିଖ ଦିନ ସ୍ୱ।ସ୍ଥ୍ୟ ରାଜଧାନୀ କଟକ ଠାରେ ହେବାକୁଥିବା ବେଳେ କଟକ ସଦର ଅନ୍ତର୍ଗତ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ୫ ସ୍ଥାନରେ ଏହାର ସିଧା ପ୍ରସାରଣ ହେବା ସହିତ ୨୭୦୬ ଜଣଙ୍କୁ ଉଦ୍ଘାଟନ ଦିବସ ରେ କାର୍ଡ ବଣ୍ଟନ କରାଯିବ ବୋଲି ଜଣାପଡିଛି।

ଏଥିପାଇଁ ଵେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ର ନିକଟସ୍ଥ ପଡ଼ିଆ, କନ୍ଦରପୁର ସ୍ୱ।ସ୍ଥ୍ୟକେନ୍ଦ୍ର ନିକଟସ୍ଥ ପଡ଼ିଆ,କିଶନନଗର ସ୍ୱ।ସ୍ଥ୍ୟକେନ୍ଦ୍ର ନିକଟସ୍ଥ କଲ୍ୟାଣ ମଣ୍ଡପ, ତେଲେଙ୍ଗା ପେଣ୍ଠ ଓ ଅରଡ ସ୍ୱ।ସ୍ଥ୍ୟକେନ୍ଦ୍ର ନିକଟସ୍ଥ ପଡ଼ିଆ ରେ‌ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ବିଜୁ ସ୍ୱ।ସ୍ଥ୍ୟ କାର୍ଡ ଭଳି ପରିବାର ପିଛା ଗୋଟିଏ କାର୍ଡ ଦିଆନଯାଇ ସମସ୍ତ ସଦସ୍ୟ ଙ୍କୁ ଜଣ ଜଣ କରି କାର୍ଡ ଦିଆଯିବ ବୋଲି ଜଣାପଡିଛି।

ଏଥିପାଇଁ ସମସ୍ତ ହିତାଧିକାରୀ ଇ-କେୱ।ଇସି କରିବା ପରେ ଯାଇଁ କାର୍ଡ ଦିଆଯିବ। ଆସନ୍ତା ୮ ତାରିଖ ରେ ପୋର୍ଟାଲ ଖୋଲିଲେ ଇ- କେୱ।ଇସି ହେବ ବୋଲି ଜଣାପଡିଛି। ସୁଭଦ୍ରା ଯୋଜନା ସମୟରେ ପୋର୍ଟାଲ୍ ଖୋଲିବାକୁ ନେଇ ମହିଳା ମାନେ ଯେପରି ଅସୁବିଧା ର ସମୁଖୀନ ହୋଇଥିଲେ ତାହାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ଙ୍କ ନିକଟରେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *