ଓମଫେଡ କ୍ଷୀର ଟ୍ୟାଙ୍କର କୁ ପଛରୁ ପିଟିଲା ବାଲି ବୋଝେଇ ହାଇୱା

ସାଲେପୁର, ୦୩ /୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) – ପୋଲିସ, ତହସିଲ ପ୍ରଶାସନ ଓ ମାଇନ୍ସ ବିଭାଗକୁ ଚକମା ଦେଖାଇ ହାଇୱାରେ ଚୋରା ବାଲି ଚାଲାଣ ହେଉଥିବା ବେଳେ ସାଲେପୁର କୁଆଁପାଳ ରାସ୍ତାର ବୋଦାମୁଣ୍ଡାଇ ଓମଫେଡ ଛକଠାରେ ଘଟାଇଛି ଦୁର୍ଘଟଣା । ଓମଫେଡ ଗାଡି ଟି ରାସ୍ତା କଡରେ ଥୁଆ ହୋଇଥିଲା ବେଳେ ପଛ ପଟୁ ଏକ ବାଲି ବୋଝେଇ ହାଇୱା ଧକାଦେଇଛି ।
ଘଟଣା ମୁତାବକ ପ୍ରତିଦିନ ଭଳି ଆଜି ମଧ୍ୟ OD-05-P-2342 ଦଶଚକିଆ ଓମଫେଡ ଗାଡି ଡ୍ରାଇଭର ଚା ପିଇବା ପାଇଁ ରାସ୍ତାକଡ଼ରେ ଗାଡି ରଖିଥିଲା । ଏହି ସମୟରେ ଅଚାନକ ଦୃତଗତିରେ ଏକ ବାଲି ବୋଝେଇ ଦଶଚକିଆ ହାଇୱା ନମ୍ବର OD-10-B-9090 ଟି ଓମଫେଡ କ୍ଷୀର ଟ୍ୟାଙ୍କର ଗାଡିକୁ ପଛ ପଟୁ ପିଟିଥିଲା। ଦୂର୍ଘଟଣା ଘଟାଇ ବାଲି ହୋଛେଇ ହାଇୱା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି । ହେଲେ ଦୂର୍ଘଟଣା ଘଟାଇଥିବା ହାଇୱା ଗାଡିରୁ କିଭଳି ବାଲି ଖଲାସ କରି ଅନ୍ୟ ଗାଡ଼ିରେ ବାଲି ଚାଲାଣ ହେଲା ତାହାକୁ ନେଇ ସାଲେପୁର ପୋଲିସ ର କାର୍ୟ୍ୟଦକ୍ଷତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଚୋରା ବାଲି ଚାଲାଣ ଧରାପଡ଼ିଯିବା ଘଟଣାକୁ ଲୁଚାଇବାକୁ ଦୂର୍ଘଟଣା ଘଟାଇଥିବା ହାଇୱା ରୁ ବାଲି ଖଲାସ କରି ଅନ୍ୟ ଗାଡ଼ିରେ ବାଲି ଖଲାସ କରିଦିଆଯାଇଛି । ଏହାକୁ ନେଇ ବାଲି ମାଫିଆ ଓ ପୋଲିସର ମଧୁଚନ୍ଦ୍ରିକାରେ ଚୋରା ବାଲି ଚାଲାଣ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *