ନୟାଗଡ଼,୨୦/୧୦/୨୦୨୫(ଓଡ଼ିଶା ସମାଚାର)- ଚିନ୍ମୟ ମିଶନ ନୟାଗଡ଼ ଜିଲା ଶାଖା ପକ୍ଷରୁ ଗୀତା ଆବୃତି ପ୍ରତିଯୋଗିତା ସ୍ଥାନୀୟ ଏନଏସି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ ଅଂଚଳରୁ ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
ଅନୁଷ୍ଠାନ ସଭାପତି ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଚିନ୍ମୟ ମିଶନ ଭୁବନେଶ୍ୱରର ସ୍ୱାମୀ ସଦାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟ ନାୟକ ଯୋଗଦାନ କରି କୃତିତ୍ୱ ହାସଲ କରିଥିବା କୌସ୍ତୁଭ ନାରାୟଣ ଦାଶ, ପ୍ରିତମ ପ୍ରିୟଦର୍ଶି ତ୍ରିପାଠୀ, ଶ୍ରୀମୟୀ ପ୍ରିୟଦର୍ଶିନୀ, ସାଇପ୍ରସାଦ ଦାଶ, ବିଶ୍ୱ ୍ରକାଶ ସାହୁ, ଦିବ୍ୟରଞ୍ଜନ ଦାଶ, ନୀଳମାଧବ ପାଢ଼ୀ, ସତ୍ୟଜିତ ସାମନ୍ତରାୟ, ନାରାୟଣ ଦାଶ, ସ୍ୱାଗତ କୁମାର ମହାପାତ୍ର ପ୍ରମୁଖଙ୍କୁ ମାନପତ୍ର ଏବଂ ଟ୍ରଫି ଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ସମ୍ପାଦକ ଘନଶ୍ୟାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୀତା ଆବୃତି ପ୍ରତିଯୋଗିତାର ବିଚାରକ ଭାବେ ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ରଥ, ଅଧ୍ୟାପକ ଡ.ସନ୍ତୋଷ କୁମାର ସାହୁ ଏବଂ ଅଧ୍ୟାପିକା ନୀଳିମା ନନ୍ଦ ଯୋଗଦାନ କରିଥିଲେ । ଚିନ୍ମୟ ମିଶନ ସଦସ୍ୟ ଶ୍ରାବଣୀ ମିଶ୍ର, ଅରୁଣ ମହାନ୍ତି, ହରେକୃଷ୍ଣ ସାହୁ, ପ୍ରଦୀପ କୁମାର ସାହୁ, ରବୀନ୍ଦ୍ର ମହାପାତ୍ର, ଲକ୍ଷ୍ମୀଧର ସାହୁ, ପ୍ରଦୀପ୍ତ ସାହୁ, ସତ୍ୟନାରାୟଣ ସାହୁ, ପ୍ରଫୁଲ୍ଲ ନାୟକ, ଉଦୟନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
