କଟକ,୨୫/୧୨/୨୦୨୪ (ଓଡ଼ିଶା ସମାଚାର)- ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ତଳଗଡ଼ ପିକଅପ୍ ଭ୍ୟାଲି ଠାରେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଛି । ଆଜି ଭୋର ସମୟରେ ପରିବା ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି ଦୁର୍ବୃତ । ସୂଚନାଅନୁଯାୟୀ, ସାନମୁଣ୍ଡଳୀ ଗ୍ରାମର ବସନ୍ତ ଲେଙ୍କା ନାମକ ଜଣେ ବ୍ୟବସାୟୀ କଟକ ଯାଉଥିବା ବେଳେ ତଳଗଡ଼ ଗ୍ରାମ ନିକଟସ୍ଥ ନରାଜ ପିକଅପ୍ ଭ୍ୟାଲି ଠାରେ କିଛି ଦୁର୍ବୃତ ବ୍ୟବସାୟୀଙ୍କ ଗାଡ଼ିକୁ ଅଟକାଇବା ସହିତ ଟଙ୍କା ମାଗିଥିଲେ । ବ୍ୟବସାୟୀ ଜଣକ ଟଙ୍କା ନ ଦେବାରୁ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା ୫ ହଜାର ଟଙ୍କା ଛଙ୍ଗାଇ ନେଇ ଚମ୍ପଟଟ ମାରିଥିଲେ ଦୁର୍ବୃତ । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ତିନି ଦିନରେ ତିନି ଜଣ ବ୍ୟବସାୟୀଙ୍କ ଠାରୁ ସମାନ ଢଙ୍ଗରେ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଜଣାପଡିଛି । ରାତିରେ
ପୋଲିସର ପାଟ୍ରୋଲିଂ ସତ୍ୱେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍ ହେଉଛି ।