ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଜୁନାଗଡ଼,୦୩ /୦୪/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପିଆଇ କଲେଜର ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି।

ଆଜିର ଉଦଯାପନି  ଶିବିରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ସମାଜ ସେବୀ ଦୁର୍ଗାପ୍ରସାଦ ନାଏକ,କଲେଜ ଅଧ୍ୟକ୍ଷ ବିଭୁତି ମେହେର, ସମ୍ମାନିତ ଅତିଥି ଭାବେ କେଡିୟୁଜେ ସାଧାରଣ ସମ୍ପାଦକ ସନ୍ତୋଷ ସିଙ୍ଗଦେଓ, ସାମ୍ବାଦିକ ଖଗେଶ୍ୱର ଧଙ୍ଗଡାମାଝୀ,  ରାକେଶ ବେମାଲ, ବ୍ୟୋମକେଶ ପୁରୋହିତ, ପ୍ରୋଗ୍ରାମ କୋଅଡ଼ିନେଟର ପୂର୍ଣମାସି ମାଝୀ, କ୍ରୀଡା ପ୍ରଶିକ୍ଷକ ତଥା ବରିଷ୍ଠ କ୍ରୀଡ଼ାବିତ ସମୀର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆତ୍ମ ସୁରକ୍ଷା କୌଶଳ ଦ୍ୱାରା ଆଗାମୀ ଦିନରେ ଛାତ୍ରୀ ମାନେ ନିଜକୁ ସୁରକ୍ଷା ଦିଗରେ ଯତ୍ନଶୀଳ ହେବାକୁ ଅତିଥିମାନେ ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।ପ୍ରଶିକ୍ଷିକା ଜଳି ପ୍ରରାଭୋଏଙ୍କ ସମେତ କୃତି ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଜୁନାଗଡ଼ ପିଆଇ କଲେଜ ଓ ଅଧ୍ୟକ୍ଷ ଆତ୍ମ ସୁରକ୍ଷା ପ୍ରଶିକ୍ଷଣରେ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା କଲେଜ ଅଧ୍ୟକ୍ଷ ପ୍ରକାଶ କରିଥିଲେ।ଏହି ଉଦଯାପନି ଉତ୍ସବରେ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *