ମନ୍ତ୍ରୀସ୍ତରୀୟ କମିଟି ଆଲୋଚନା ପରେ ଓଡିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର,୨୮/୦୩/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷ ରୁ ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ସ୍ଥଗିତ ରଖାଯାଇଛି ।

ଆଜି ବିଧାନସଭା ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗଠିତ ମନ୍ତ୍ରୀ ମଣ୍ଡଳୀୟ କମିଟି ନିକଟରେ ମହାସଂଘର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ମହାସଂଘର ପ୍ରମୁଖ ୩ ଗୋଟି ପ୍ରମୁଖ ଦାବି ଉପରେ ଯୁକ୍ତି ସଙ୍ଗତ ଉପସ୍ଥାପନ ପରେ ସରକାର ଏହି ଦାବି ପୂରଣରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବାର ଦୃଢ ପ୍ରତିଶୃତି ଦେଇ ଆନ୍ଦୋଳନ କୁ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ ।

ଛଟେଇ କର୍ମଚାରୀଙ୍କ ପୁନଃ ନିଯୁକ୍ତି, ଆଉଟସୋର୍ସିଙ୍ଗରେ ଥିବା ଡେଲି ଓଏଜେସ କର୍ମଚାରୀଙ୍କୁ ଆଉଟସୋର୍ସ କର୍ମଚାରୀ ଭାବେ ବିଚାର କରିବା ସମ୍ପର୍କିତ ସମସ୍ୟା ସହ ସ୍ଥାୟୀକରଣ ଉପରେ ଯଥାଶୀଘ୍ର ପଦକ୍ଷେପ ନିଆଯିବାକୁ ପ୍ରତିଶୃତି ଓ ବିଶ୍ଵାସ ଦେବାରୁ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରି  ମହାସଂଘ ଆନ୍ଦୋଳନ କୁ ସାମୟିକ ପ୍ରତ୍ୟାହାର କରାଗଲା ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି ଓ ସଭାପତି ସଞ୍ଜୟ କୁମାର ପଟ୍ଟନାୟକ ଗଣମାଧ୍ୟମ କୁ ଅବଗତ କରିଥିଲେ ।

ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ସହ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମାନସ ରଞ୍ଜନ ଦାଶ, ମହାସଚିବ ଶ୍ରୀଯୁକ୍ତ ହେମନ୍ତ ବସ୍ତିଆ, ଦୁଇ ଉପସଭାପତି ଯଥାକ୍ରମେ ଗୌତମ ମହାରଣ୍ୟ, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ଦୀପକ ପାଣି, ସେହେଜୁର ରେହେମାନ ଓ ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାକେଶ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *