କେନ୍ଦ୍ରାପଡ଼ା,୨୮/୦୩/୨୦୨୫(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି ।
ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲାର ମହାକାଳପଡା ଗ୍ରାମର କର୍କଟରେ ପିଡିତ ଧ୍ରୁବ ଚନ୍ଦ୍ର ରାଉତଙ୍କ ପତ୍ନୀ ପ୍ରମିଳା ରାଉତଙ୍କ ଘରେ ପହଂଚି ତାଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆର୍ଥିକ ସହାୟତା ପ୍ରଦାନ ସମୟରେ ସ୍ୱୟଂଭୂବ ଦାସ ଓ ରତ୍ନାକର ସାର ଉପସ୍ଥିତ ଥିଲେ ।
