ଜୁନାଗଡ଼, ୨୦/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ରେ ଜେ କେ ପୁର ଟସ ଜିତି ବୋଲିଂ ନିଷ୍ପତି ନେଇ ଥିଲେ । ବ୍ରହ୍ମପୁର ବେଟିଙ୍ଗ କରି ୨୦ଓଭର ରେ ୨୧୨ରନ ସଂଗ୍ରହ କରିଥିଲେ । ଜବାବ ରେ ଜେ କେ ପୁର ୧୬ଓଭର ୩ବଲ ରେ ସବୁ ଉଇକେଟ ହରାଇ ମାତ୍ର ୧୨୭ରନ କରି ପରାଜୟ ହୋଇଥିଲେ । ମେନ ଅଫ ଦି ମ୍ୟାଚ ରୋହିତ ସାଗର ପାଇ ଥିଲେ । ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଅତିଥି ଭାବେ ଏକ୍ସ ମିଲିଟାରୀ ସଂଘ ସଭାପତି ମଧୁସୂଦନ ପଣ୍ଡା ,ସମ୍ପାଦକ ଡି ଏଲ ମୁଣ୍ଡ.ନୀଳକଣ୍ଠ ରାଉତ ,ଅଜୟ ପ୍ରହରାଜ.ରଶ୍ମି ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟା ରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର,କୋ ଅପରଟିଭ ବ୍ୟାଙ୍କ ସଭାପତି ଗିରିଶ ବେହେରା , ଡ. ଭଗବାନ ପଣ୍ଡା ଯୋଗ ଦେଇ ଥିଲେ । ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଧାରାବିବରଣି ନୀତିଶ ମହାପାତ୍ର ,ସନ୍ତୋଷ ପୃଷ୍ଟି ଦେଇଥିଲେ । ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ । ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ । ୟୂ ଟ୍ୟୁବ ଲାଇଭ ରୀତିକ କରିଥିଲେ । ଆଜିର ଖେଳ ରେ କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼, ଚିଫ ଏକଜିକୁ୍ୟଟିଭ ସମୀର ସାହୁ ,ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନାଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧ୍ୟକ୍ଷ ଦିଲୀପ ପଣ୍ଡା, ଦୀପକ ସାହୁ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା ୨୧ତାରିଖ ବ୍ରହ୍ମପୁର ସହ ନବରଙ୍ଗପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି ।
ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ : ଜେ କେ ପୁର କୁ ହରାଇ ବ୍ରହ୍ମପୁର ବିଜୟୀ ।
