ଗୋଳବାଇ ହାଇସ୍କୁଲ ବାର୍ଷିକ କ୍ରୀଡାଉତ୍ସବରେ ଅଘଟଣ – ୯ ଛାତ୍ରୀ ଅସୁସ୍ଥ ।

ନିରାକାରପୁର,୦୮/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧାବ୍ଲକ ଅନ୍ତର୍ଗତ ଗୋଳବାଇ ଭଗବତୀ ସରକାରୀ ଉଚ୍ଚବିଦ୍ୟାଳୟରେ ଗତ ୦୭ତାରିଖ ଠାରୁ ବାର୍ଷିକ କ୍ରୀଡା ଉତ୍ସବ ଆରମ୍ଭ ହୋଇଥିବା ବେଳେ କିଛି ଇଭେଂଟ ବାକି ରହିଯିବାରୁ ଗୁରୁବାର ଦନ ସକାଳୁ ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । ସକାଳ ୧୦ଘଟିକା ସମୟରେ ୮ମ ଶ୍ରେଣୀର ଛାତ୍ରୀ ସ୍ନେହରାଣୀ ସାମନ୍ତରାୟ ନିଜର ଇଭେଂଟ ସାରିବା ପରେ ପ୍ରବଳ ବାନ୍ତି କରିଥିଲେ । ପରେ ସ୍ନେହରାଣୀର ଏଭଳି ଅବସ୍ଥା ଦେଖି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା ।ଏହାପରେ ଛାତ୍ରୀ ଆଦ୍ୟାଶା ଦାସ୍,ପିଙ୍କି ସ୍ୱାଇଁ,ମଧୁସ୍ମିତା ଗ୍ରାଣ,ସୋନାଲି ନାୟକ,ରାଜଲକ୍ଷ୍ମୀ ସ୍ୱାଇଁ ଏଭଳି ୯ଜଣ  ଛାତ୍ରୀ ଖେଳପଡିଆରେ ଅସୁସ୍ଥ ହୋଇପଡିଥିିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀ ମାନଙ୍କୁ ପା୍ରଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ଖୋର୍ଦ୍ଧା ହପ୍ପିଟାଲକୁ ସ୍ଥାନାନ୍ତିତ କରିଥିଲେ । ସେଠାରେ ଡାକ୍ତର ସମସ୍ତ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ  ଛାତ୍ରଛାତ୍ରୀ ମାନେ ନର୍ଭସରେ ଏଭଳି ଘଟଣା ଘଟିଛି ବୋଲି କହିଥିଲେ । ପରେ ସମସ୍ତ ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସୁସ୍ଥ କରି ଘରକୁ ଫେରାଇଥିଲେ ।ଏସଂପର୍କରେ ପ୍ରଧାନଶିକ୍ଷୟତ୍ରୀ ସ୍ୱସ୍ତିକା ପାଲଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଥିଲେ ଛାତ୍ରଛାତ୍ରୀ ମାନଙ୍କର ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ କିଛି ଇଭେଂଟ ସରିଥିବା ବେଳେ ଦିତୀୟ ଦନ କିଛି ଇଭେ ଆୟୋଜନ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀ ନର୍ଭସ ହୋଇ ଅସୁସ୍ଥ ହୋଇପଡିଥିଲେ ।ସାେଙ୍ଗସେଙ୍ଗ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିସôାଳୟକୁ ପଠାାଇବା ସହିତ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସୁସ୍ଥ କରି  ଘରକୁ ଫେରାଇଥିଲେ ପ୍ରଧାନ ଶିକ୍ଷୟତ୍ରୀ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *