ରଜ ଶେଷଦିନରେ କଞ୍ଚିଲୋ ଝିଅ ବୋହୂ ଦୋଳି ସହ ରଜ ପାନ ଓ ଭୋଜିଭାତ ମଜ୍ଜା ଉଠାଇଲେ

ନିରାକାରପୁର, ୧୬/୨୦୨୪ (ଓଡ଼ିଶା ସମାଚାର)-ପୁରପଲ୍ଲୀରେ ରଜ ପର୍ବରେ ଝିଅ ବୋହୂମାନେ ବଡ଼ ଆନନ୍ଦ ଉଲ୍ଲାସରେ ଦୋଳି ଖେଳି , ରଜ ପାନ, ଭୋଜିଭାତ ଓ ପିଠାପଣା ମସଗୁଲ ହୋଇଯାଇଥିବା ଖୋର୍ଦ୍ଧା ଜିଲ୍ଲା କଞ୍ଚିଲୋ ଗ୍ରାମରେ ମଧ୍ୟ ମହା ସମାରୋହରେ ଗ୍ରାମର ସମସ୍ତ ଝିଅ ବୋହୂ ନୂତନ ବସ୍ତ୍ର ପରିଧାନ କରି ପାଦରେ ଅଳତା ଲଗାଇ ରଜ ପର୍ବ କୁ ପାଳନ କରିଛନ୍ତି। ଏହି ଗ୍ରାମରେ ଅନୁଷ୍ଠିତ ରଜ ଉତ୍ସବ ଅବସରରେ ଗ୍ରାମର ଗୋଟିଏ ସ୍ଥାନରେ ଗ୍ରାମର ସମସ୍ତ ଝିଅ ବୋହୂ ମାନେ ଏକାଠି ହୋଇଥିଲେ। ସମସ୍ତେ ମନ ଆନନ୍ଦରେ ରଜ ଦୋଳି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପାରମ୍ପରିକ ଖେଳ ଖେଳିଥିଲେ। ବିଭିନ୍ନ ବାଦ୍ୟ ସଙ୍ଗୀତ ର ତାଳେ ତାଳେ ସମସ୍ତେ ନୃତ୍ୟ କରି ସମସ୍ତଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ରଜ ପାନ ସହିତ ଭୋଜିଭାତ ପରିବେଶକୁ ଆହୁରି ଆକର୍ଷଣୀୟ କରିଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ମଧ୍ୟ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକାରେ ରେଣୁବାଳା ପଟ୍ଟନାୟକ,ନମିତାଦାସ,ମାନସୀପଟ୍ଟନାୟକ,କୁନି,ଗେଲି,ବୁଢ଼ିଆ,ଲୁଲୁ,ମାମା,ବୁବୁ,ମଞ୍ଜୁ, ସଞ୍ଜୁ, ରିନା,ବିଜୁ, ନିନି,ମୁନି,ଶିଳ୍ପା, ଲିପା,ବୁବୁଲି ଓ ନନି ପ୍ରମୁଖ ସମେତ ଅନ୍ୟ ଉତ୍ସାହୀ ମହିଳା,ଯୁବତୀ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *