କଟକ,୨୪/୦୨/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା ଭାରତୀୟ ସଂସ୍କୃତି ଓ ସନାତନ ପରମ୍ପରାର ଅଦ୍ଭୁତ ଦୃଷ୍ଟାନ୍ତ ପ୍ରଦର୍ଶନ କରି ତାରାପ୍ରସାଦ ସାହୁଙ୍କ ବିବାହ ଅତ୍ୟନ୍ତ ସଂସ୍କାରମୟ ପରିବେଶରେ ସମ୍ପନ୍ନ ହୋଇଛି । କଟକର ସିଡିଏ ସେକ୍ଟର-୬ ଅବସ୍ଥିତ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପିତା ବସନ୍ତ କୁମାର ସାହୁ ଓ ମାତା ସବିତା ସାହୁଙ୍କ ସାନିଧ୍ୟରେ ତାରା ପ୍ରସାଦ ସାହୁଙ୍କ ପାଣିଗ୍ରହଣ ସଂସ୍କାର ମୀରାଙ୍କ ସହ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଥିଲା ।
ସମଗ୍ର ବିବାହ କାର୍ଯ୍ୟକ୍ରମ ବୈଦିକ ରୀତି- ନୀତି, ମନ୍ତ୍ରୋଚ୍ଚାରଣ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା । ନଦିଆ ସଂକୀର୍ତନ ମଣ୍ଡଳୀ ଓ କଟକର ବିଭିନ୍ନ କୀର୍ତନ ମଣ୍ଡଳୀମାନଙ୍କ ଦ୍ୱାରା ଶଙ୍ଖନାଦ, ହରିନାମ ସଂକୀର୍ତନ, ମଞ୍ଜିରା ଓ ଭକ୍ତିମୟ ବାଦ୍ୟଯନ୍ତ୍ରର ମଧୁର ଧ୍ୱନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ବିବାହ ଅନୁଷ୍ଠାନ ସମ୍ପୂର୍ଣ୍ଣ ସାତ୍ୱିକ ଭୋଜନ ଓ ଭାରତୀୟ ସଂସ୍କୃତି ଅନୁରୂପ ସହିତ ଆୟୋଜିତ ହୋଇଥିଲା । ଏହି ବିବାହକୁ ନେଇ ଅଂଚଳରେ ଚର୍ଚ୍ଚା ଚାଲିଛି । କାରଣ ଏହା ଆଡ଼ମ୍ବରରୁ ଦୂରରେ ରହି ସଂସ୍କାର ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ସମ୍ପନ୍ନ ହୋଇଛି । ଅନନ୍ତ ବଳିଆ ବାବାଙ୍କ ଶିଷ୍ୟ ଓ ତାଙ୍କର ମାର୍ଗଦର୍ଶନରେ ତାରା ପ୍ରସାଦଙ୍କ ସମଗ୍ର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
