ପାଟକୁରା ୨୭/୦୬/୨୦୨୫ (ଓଡିଶା ସମାଚାର )-ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ଗରଦପୁର ବ୍ଲକର ଗରଦପୁର ଶ୍ରୀ ବଳଦେବଜୀଉ ମନ୍ଦିରରେ ରଥ ଯାତ୍ରା ଉତ୍ସଵ ଅନୁଷ୍ଠିତ ହେଉଛି । ଅପରାହ୍ନ ଚାରିଟା ତିରିଶ ମିନିଟରେ ଶ୍ରୀ ବଳଦେବ ଜୀଉ ମନ୍ଦିରରୁ ପୂଜାପାଠ ପରେ ଠାକୁର ଶ୍ରୀ ବଳଦେବ, ମା ସୁଭଦ୍ରା, ଠାକୁର ଶ୍ରୀଜଗନ୍ନାଥ ଓ ସୁଦର୍ଶନକୁ ସେବାୟତ ମାନେ ଧାଡିପହଣ୍ଡିରେ ଆଣି ରଥ ଉପରେ ପହଣ୍ଡି ବିଜେ କରାଇ ରଥାରୁଢ କରାଇଥିଲେ । ଶ୍ରୀଜୀଉ ମାନେ ବିଜେହେବା ପରେ ରଥକୁ ବ୍ରାହ୍ମଣ ମାନେ ହୋମ ପୂଜା କରି ପ୍ରତିଷ୍ଠା କରିବାପରେ ଠାକୁର ରାଜା ଶୁଭମ ପାଣି ଓ ପ୍ରଶନ୍ନ ପଣ୍ଡା ମିଳିତ ଭାବେ ରଥରେ ଛେରାପହରା କାର୍ଯ୍ୟ କରିଥିଲେ ।

ଚାର ମାଳ ଖୋଲାହେବା ପରେ ଡାହୁକର ଉଚ୍ଚାଟ ଡାକ ମଧରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉ ମାନେ ରଥା ରୁଢ଼ ହୋଇଥିବା ରଥକୁ ଟାଣିଥିଲେ । ହରିବୋଲ, ହୁଳହୁଳି ଧ୍ୱନି ସାଙ୍ଗକୁ ନମସଂକ୍ରିତନ ପରିବେଶକୁ ଅଧିକ ଉତ୍ସମୁଖରିତ କରିଥିଲା । ସନ୍ଧ୍ୟା ସାତଟା ରେ ମାଉସୀ ମା ମନ୍ଦିର ନିକଟରେ ରଥା ରୁଢ଼ଶ୍ରୀ ଜୀଉ ମାନଙ୍କ ରଥ ପହଂଚି ଥିଲା ।
ଆଖ ପାଖ ଗ୍ରାମ ନୈନ୍ଦିପୁର, ମଦନା, ପାଟକୁରା, ଜଗନାଥପୁର, ବେଡାରୀ, ପରକଣା, ଯମୁନାବାଦ, ପାଖଡ଼, କଳାବୁଦା, ତଳ କୁସୁମା, ପଣ୍ଡିଆ, ପହଣା, ହରିଦାସପୁର, ବିଚଣା, ବ୍ରହ୍ମପୁର ପ୍ରଭୁତି ଗ୍ରାମ ଗୁଡ଼ିକରୁ ଶ୍ରଦ୍ଧାଳୁମାନେ ରଥଟଣାରେ ଶାମିଲ ହୋଇ ରଥ ଟାଣିଥିଲେ । ପ୍ରାୟ ଦଶ ହଜାର ଶ୍ରଦ୍ଧାଳୁ ଗରଦପୁର ରଥ ଦାଣ୍ଡରେ ସମବେତ ହୋଇଥିଲେ ।
ବାହୁଡା଼ ପର୍ଯ୍ୟନ୍ତ ତିନି ଠାକୁର ମାଉସୀ ମା ମନ୍ଦିରରେପୂଜା ପାଇବେ । ଶ୍ରଦ୍ଧାଳୁମାନେ ଏଠାରେ ଶ୍ରୀଜୀଉ ମାନଙ୍କୁ ଦର୍ଶନକରିବାର ସୁଯୋଗପାଇବେ ଓ ବାହୁଡା଼ ଦିନ ଶ୍ରୀଜୀଉ ଶ୍ରୀବଳଦେବଜୀଉ ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀଜଗନାଥଙ୍କ ସେବାୟତ ରମାକାନ୍ତପାଣି ସୂଚନା ଦେଇଛନ୍ତି । ଶାନ୍ତି ଶୃଙ୍କାଳା ରକ୍ଷା କରିବା ପାଇଁ ପାଟକୁରା ପୋଲିସ ବାହିନୀକୁ ମୁତୟନ କରାଯାଇଥିଲା ।
ସେହିପରି ହରିହର କ୍ଷେତ୍ର ମାହାଳ ଶ୍ରୀଜଗନାଥ ମନ୍ଦିର ରେ ଶ୍ରୀ ଜୀଉ ମାନଙ୍କୁ ତିନି ରଥରେ ପହଣ୍ଡି ବିଜେ କରାଇ ରଥରୁଢ଼ କରାଯାଥିଲା ରଥ ପ୍ରତିଷ୍ଠା ହେବା ପରେ ଠାକୁର ରାଜା ପ୍ରଶାନ୍ତ ନାୟକ ଛେରାପହରା କରିଥିଲେ । ଛେରା ପହରା ପରେ ଡାହୁକ ଡାକ ଛାଡିଥିଲା । ଶ୍ରଦ୍ଧାଳୁମାନେ ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ରଥ ଟାଣିଥିଲେ । ମା ସୁଭଦ୍ରା ଙ୍କ ରଥକୁ କେବଳ ମହିଳା ମାନେ ଟାଣିଥିଲେ ।
