କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା,୨୪/୦୩/୨୦୨୫(ଓଡ଼ିଶା ସମାଚାର)- ସଂସ୍କୃତି ଭବନରେ ଚାଲିଥିବା ପଂଚମ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ ହୋଇଯାଇଛି । କେନ୍ଦ୍ରାପଡ଼ା ଡେଭଲପମେଂଟ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଂଟ ମ୍ୟାନେଜର୍ସ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ରବିବାର ୫ଟି ଅଧିବେଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାହିତି୍ୟକମାନେ ଯୋଗ ଦେଇ ବୈ÷ାଦ୍ଧିକ ଚର୍ଚ୍ଚା କରିଥିଲେ ।

‘କାହାଣୀହୀନ ଜୀବନ ଓ କାହାଣୀ ପରି ଗପ’ ଅଧିବେଶନରେ ରବି ସ୍ୱାଇଁ, ଗିରିଶ ଚନ୍ଦ୍ର ସାହୁ, ଅର୍ଣ୍ଣପୂର୍ଣ୍ଣା ମହାନ୍ତି ଓ ଅମରେଶ ବିଶ୍ୱାଳ ଭାଗ ନେଇଥିଲେ । ‘ଜୀବନ, ସୃଜନ ଓ ସାୟାହ୍ନ’ ଶୀର୍ଷକ ଆଲୋଚନାରେ ବୈ÷କୁଣ୍ଠ ନାଥ ସାହୁ, ମୋହନ ଚରଣ ଜେନା ଓ ମନ୍ମଥ ବରାଳ ଭାଗ ନେଇଥିଲା ବେଳେ ବୈ÷ଜୟନ୍ତୀମାଳା ହରିଚନ୍ଦନ ସଂଯୋଜନା କରିଥିଲେ । ‘ସୃଜନ, ଅର୍ଜନ ଓ ଆହ୍ୱାନ: ଓଡ଼ିଆ ସାହିତ୍ୟ ପତ୍ରିକାର ସ୍ଥିତି’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ରମାକାନ୍ତ ଜେନା, ଶ୍ରୀଧର ସାମଲ, ପବିତ୍ର ବ୍ରହ୍ମପୁତ୍ର ନାୟକ ଓ ପ୍ରଦୀପ ନାୟକ ।

‘ବୃତି, ପ୍ରବୃତି ଓ ନିବୃତି’ ଶୀର୍ଷକ ଆଲୋଚନାଚକ୍ରରେ ସ୍ୱୟଂପ୍ରଭା ସାହୁ, ନିରୂପମା ସ୍ୱାଇଁ, ଡାକ୍ତର ଇପ୍ସିତା ପ୍ରଧାନ ଓ ସୁନନ୍ଦା ପ୍ରଧାନ ଭାଗ ନେଇଥିଲେ । ‘ପ୍ରତିଶ୍ରୁତିର କାବ୍ୟାକ୍ଷର: ୯ କବି ଓ ୯ କବିତା’ ଶୀର୍ଷ ଅଧିବେଶନରେ ଅତିଥି ଭାବେ ବିନାୟକ ପ୍ରଧାନ ଯୋଗ ଦେଇଥିଲା ବେଳେ ସଂଯୋଜନା କରିଥିଲେ ପ୍ରେମାନନ୍ଦ ଖଣ୍ଡୁଆଳ ଓ ସୁକାନ୍ତ କୁମାର ପ୍ରଧାନ । ବିଶିଷ୍ଟ ସାହିତି୍ୟକ ଡ. ରାମଚନ୍ଦ୍ର ବେହେରା, କବି ଅପର୍ଣ୍ଣା ମହାନ୍ତି ଓ କଥାକାର ତଥା କବି ବିରଜା ରାଉତରାୟ ଉପସ୍ଥିତ ରହି ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କେନ୍ଦ୍ରାପଡ଼ା ଡେଭଲପମେଂଟ ଫାଉଣ୍ଡେସନର ଆବାହକ ଚୌଧୁରୀ ଅମିତାଭ ଦାସ ଓ କେମ୍ ର ସଭାପତି ଅକ୍ଷୟ ପାଣିଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସାହିତ୍ୟ ଉତ୍ସବର ପ୍ରାରମ୍ଭରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ଅଧ୍ୟାପକ ରାଜେଶ କୁମାର ସେଠୀ, ପ୍ରତିଭାମୟୀ ଦାସ, ଆଶୁତୋଷ ରାଉତ, ଗିରିଜାକାନ୍ତ ଦାସ, ଶ୍ରୀଧର ବେହେରା ଓ ଅଜିତ କୁମାର ଦାସ ପରିଚାଳନା କରିଥିଲେ ।

କେମ୍ ର ସମ୍ପାଦକ ମହମ୍ମଦ ଜାହିଦ୍ ଖାଁ୍, ସଦସ୍ୟ ପ୍ରତାପ ସ୍ୱାଇଁ ଓ କେନ୍ଦ୍ରାପଡ଼ା ଡେଭଲପ୍ମେଂଟ ଫାଉଣ୍ଡେସନର ଟ୍ରଷ୍ଟି ବିଶ୍ୱରଞ୍ଜନ ଦାଶ ଓ ପ୍ରଶାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ । ଏହି ଅବସରରେ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ କେନ୍ଦ୍ରାପଡ଼ାର ପ୍ରାକୃତିକ ବିଭବକୁ ନେଇ ଏକ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *