ସାଲେପୁର,୨୪/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) ଆଗାମୀ ଏପ୍ରିଲ ମାସ ଏକ ତାରିଖ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମମାଟି ସାଲେପୁର ବ୍ଲକ ର ସତ୍ୟଭାମାପୁର ଗସ୍ତ ନେଇ ରବିବାର ସନ୍ଧ୍ୟା ରେ ସାଲେପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ନେତା ଅରିନ୍ଦମ ରାୟ ଙ୍କ ସମେତ ସ୍ଥାନୀୟ ବିଜେପି ନେତୃ ମଣ୍ଡଳୀ ଓ କର୍ମୀମାନେ ଯୋଗ ଦେଇ ଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ମଧୁ ବାବୁଙ୍କ ଜନ୍ମ ପୀଠରେ ଉତ୍କଳ ଦିବସ ପାଳନ ପରିପ୍ରେକ୍ଷୀରେପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।
ଏହି ସମୟରେ ବିଜେପି କର୍ମୀଙ୍କଉପରକୁ କେହି ଦୁର୍ବୁତ୍ତ ଅଣ୍ଡାମାଡ଼ କରି ପଳାଇ ଯାଇଥିବା ବିଜେପି କର୍ମୀ କହିଛନ୍ତି। ଜଣେ କର୍ମୀଙ୍କ ଉପରେ ଓ ବାଇକ ରେ ଅଣ୍ଡା ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା ।
ତେବେ କିଏ କଣ ପାଇଁ ଏହି ଅଣ୍ଡାମାଡ଼ କରିଛି କିମ୍ବା କିପରି ଏ ଅଣ୍ଡା ପଡିଛି ସେ ବିଷୟରେ କିଛି କହି ପାରିବେନି ବୋଲି ବିଜେପି କର୍ମୀ କହିଛନ୍ତି। ଅନ୍ୟପଟେ ବାହାରେ କଣ ହେଉଛି ସେ ଏ ବିଷୟରେ ଅବଗତ ନାହାନ୍ତି ବୋଲି ସାଲେପୁର ବିଜେପି ନେତା ଅରିନ୍ଦମ ରାୟ କହିଛନ୍ତି। ଏ ନେଇ ସାଲେପୁର ରେ ଆଲୋଚନା ଜୋର ଧରିଛି ।
