ଭୁବନେଶ୍ୱର, ୧୦ /୦୧/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶାର ଜନ ପ୍ରିୟ ନେତା ରାଜା ଶରତ ଦେବଙ୍କ ସହଧର୍ମିଣୀ ଓ ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଦେବଙ୍କ ମାତା ପୁର୍ବତନ ସାଂସଦ,ସମାଜସେବୀ ସୁଶ୍ରୀ ଦେବୀଙ୍କ ବିୟୋଗରେ ଉଚ୍ଚଶିକ୍ଷା,ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି କରିଛନ୍ତି।
ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ନାୟକ ଶୋକାକୁଳ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ପରଲୋକ ଗତ ଆତ୍ମାର ସଦଗତି ନିମନ୍ତେ ଇଶ୍ଵର ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।