ଧରିଣା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମଦିନ ପାଳନ,୧୦୮ ଦୀପଦାନ

କଟକ ସଦର,୧୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ବିଜେପି ମଣ୍ଡଳ ଧରିଣା ପଞ୍ଚାୟତ ଠାରେ ଆଜି ଗୁରୁବାର ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଧରିଣା ସରପଂଚ ରତ୍ନାକର ରାଉତଙ୍କ ପୌରୋହିତ୍ୟରେ ଏଵଂ ପୂର୍ବତନ ସରପଂଚ ବିରଜା ପ୍ରସାଦ ସାହୁଙ୍କ ସଂଯୋଜନାରେ ଆୟୋଜିତ ଜୟନ୍ତୀ ସମାରୋହରେ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ଉପସଭାପତି ବିମଳ ପଣ୍ଡା, କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ପ୍ରଭାରୀ କ୍ଷିତିନ୍ଦ୍ର ମିତ୍ର, ବିଜେପି ନେତା ଉଦୟନାଥ ରାଉତ, ପରମାନନ୍ଦ ଚୌଧୁରୀ ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ନିର୍ମାଣର ବିଶ୍ୱକର୍ମା ଭାବେ ଅଭିହିତ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।

ଏହି ଅବସରରେ କେକ୍ କାଟି ଜନ୍ମଦିନ ପାଳନ କରାଯିବା ସହିତ ସୁଭଦ୍ରା ମହିଳାଙ୍କ ପକ୍ଷରୁ ଜଗନ୍ନାଥଙ୍କ ଫଟୋ ନିକଟରେ ୧୦୮ ଦୀପ ପ୍ରଜ୍ବଳନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱଜିତ୍ ବାଡ଼ି, ବିଶ୍ୱଜିତ୍ ସତପଥି, ବସନ୍ତ ରାଉତ, ଉମେଶ ଚନ୍ଦ୍ର ଵାଡି, ସୁରେନ୍ଦ୍ର ପାତ୍ର,ଗଗନ ସେଠୀ, ନୃସିଂହ ଭୋଇ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *