ଭୁବନ ଏନ୍ ଏ ସି ର ଦଶମ ସାଧାରଣ ବୈଠକ

ଭୁବନ ୨୪/୦୩/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଦଶମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏନ୍ ଏ ସି ସଭାଗୃହ ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଓ ସମ୍ମାନିତ ଅତିଥି ଭାବେ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ପ୍ରତିନିଧି ଭବାନୀ ଶଙ୍କର ବେହେରା ଯୋଗଦେଇଥିଲେ ।

କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ସରକାରଙ୍କର ନିର୍ଦେଶ କ୍ରମେ ଧାର୍ଯ୍ୟ ସମୟ ପୂର୍ବରୁ ଆକ୍ସନ ପ୍ଲାନ୍ ସହିତ ଆୟ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ପାଇଁ ପରିଷଦ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା ।

ଆସନ୍ତା ରଥଯାତ୍ରା ପୂର୍ବରୁ ରଥ ରୁଟ ମରାମତି କରାଯିବା ସହ ଇଲେକ୍ଟ୍ରି ଖୁଣ୍ଟ ସ୍ଥାନାନ୍ତର ,ବିଦ୍ୟୁତ ତାର ସଜଡ଼ା ଯିବା ଓ ବ୍ଲକ ରେ ଥିବା ମାର୍କେଟିଂ ଇନ୍ସପେକ୍ଟର ସପ୍ତାହ ରେ ଦୁଇ ଦିନ ପାଇଁ ଏନ୍ ଏ ସି ରେ କାର୍ଯ୍ୟ କରିବା ପାଇଁ ନଗରପାଳ ନିର୍ଦ୍ଦେଶ ଦେଇଥିଲେ ।

ଅସମ୍ପୂର୍ଣ୍ଣ ହୋଇ ପଡିଥିବା ପୂର୍ବ କାର୍ଯ୍ୟ ଗୁଡ଼ିକ ତୁରନ୍ତ ଶେଷ କରା ନଗଲେ ଟେଣ୍ଡର ବାତିଲ କରାଯିବାକୁ ନଗରପାଳ ନିର୍ଦ୍ଦେଶ ଦେଇଥିଲେ। କାଉନସିଲର ମାନେ ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *