କେନ୍ଦ୍ରାପଡ଼ା ର ନବ ନିଯୁକ୍ତ ଜିଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା / ମାର୍ଶାଘାଇ,୨୪/୦୭/୨୦୨୫(ଓଡ଼ିଶା ସମାଚାର)- ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଅନ୍ତେଇସ୍ଥିତ ବନ ବିହାରୀ ବିକାଶ ପରିଷଦ ପକ୍ଷରୁ କେନ୍ଦ୍ରାପଡ଼ାର ନବ ନିଯୁକ୍ତ ଜିଲାପାଳ ରଘୁରାମ ଆୟରଙ୍କୁ ଆଜି ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବାବେଳେ ଅଂଚଳର ବିକାଶ ପାଇଁ ୪ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ ।

ତେଣ୍ଡାକୁଡ଼ା ଠାରୁ ଟିକରପଙ୍ଗା ପର୍ଯ୍ୟନ୍ତ ଅଶୃଖୋଳା ଯୋର ରେ ଭର୍ତି ହୋଇଥିବା ଦଳ ସଫେଇ ଓ ପୁନରୁଦ୍ଧାର କରାଯିବା, ନୂଆପଡ଼ା- ଅନ୍ତେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ପ୍ରଶସ୍ତିକରଣ ଓ ସୁଦ୍ୟଢ଼ୀକରଣ,ଅବହେଳିତ ଭାବରେ ରହିଆସିଥିବା ବନ ବିହାରୀ ମହାପୁରୁଷଙ୍କ ପିଠର ଉନ୍ନତିକରଣ ଓ ଅନ୍ତେଇସ୍ଥିତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ଥିବା କେତେକ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବନ ବିହାରୀ ବିକାଶ ପରିଷଦର କର୍ମକର୍ତା ମାନଙ୍କ ମଧ୍ୟରେ ରଂଜନ କୁମାର ବେହେରା, ପ୍ରଭାସ ରଂଜନ ତ୍ରିପାଠୀ, ବିକାଶ ଚନ୍ଦ୍ର ପରିଡ଼ା, ଉଦୟନାଥ ଚୌଧୁରୀ, ଶୁଭେନ୍ଦୁ ତ୍ରିପାଠୀ ଓ ବିଜ୍ଞାନ କୁମାର ବେହେରା ପ୍ରମୁଖ ପରିଷଦର କର୍ମକର୍ତାମାନେ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ଅଂଚଳର ଦୀର୍ଘ ଦିନର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *