ବ୍ରିଲିଆନ୍ସ ପବ୍ଲିକ ସ୍କୁଲର ଶୁଭାରମ୍ଭ

ଫୁଲନଖରା,୨୩/୦୩/୨୦୨୫ (ଓଡ଼ିଶା ସମାଚାର)-କଟକ ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠ  ଠାରେ ବ୍ରିଲିଆନ୍ସ ପବ୍ଲିକ ସ୍କୁଲର ଶୁଭାରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ ରୋଗ ବିଭାଗ ଡାକ୍ତର ନିବେଦିତା ଦାସ, ସମ୍ମାନିତ ଅତିଥି ଭାବେ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ଦିବ୍ୟାଲୋକ ସଂନ୍ଧାନେର ପ୍ରତିଷ୍ଠାତା ଇଂ. ଶ୍ରୀସନ୍ୟାସୀ ପଣ୍ଡା, ଉରାଳି ଗ୍ରାମ ପଞ୍ଚାୟତ ସରପଞ୍ଚ ଅଭିଷେକ ବେହେରା, ଗୋ ସେବକ ଚିନ୍ମୟ ପାତ୍ର, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ଅଭିନନ୍ଦନ କର, ପ୍ରମୁଖ ଯୋଗଦେଇ ଥିଲେ ।

ଷ୍ଟାଣ୍ଡାର୍ଡ ୨ ପର୍ଯ୍ୟନ୍ତ ଏଠାରେ ଶିକ୍ଷା ବ୍ୟବସ୍ଥା ଥିବା ଏହି ସ୍କୁଲରେ ୨ ବର୍ଷରୁ ଉର୍ଦ୍ଧ୍ଵ ପିଲାମାନଙ୍କୁ ପ୍ଲେ ଶ୍ରେଣୀରେ ନାମଲେଖା ସମ୍ପୁର୍ଣ୍ଣ ଦେୟମୁକ୍ତ ରଖାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଚିଦାନନ୍ଦ ସାହୁ, ପ୍ରକାଶ ଚନ୍ଦ୍ର ନାୟକ, କେ.ଏସ୍. କୁମାର, ବିଜୟ କୁମାର ବାରିକ୍, ଶ୍ରୀକାନ୍ତ ଦାସ, ମାନସ କୁମାର ନାୟକ, ସନ୍ତୋଷ କୁମାର ସାମଲ୍, ଦୁର୍ଗାଶଙ୍କର ବେହେରା, ପ୍ରସନ୍ନ କୁମାର ଦାସ ପ୍ରମୁଖ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ କୁ ସମ୍ପାଦକ ପ୍ରସନ୍ନ କୁମାର ଦାସ ଅଧ୍ୟକ୍ଷ ପଦ୍ମନୀ ଦାସ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *