ଫୁଲନଖରା ୨୩/୦୩/୨୦୨୫ (ଓଡ଼ିଶା ସମାଚାର)-ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ସ୍ଥିତ ଶ୍ରୀ ସାଇ ପବ୍ଲିକ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ମହାଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଅଲ ଓଡିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ ସାଧାରଣ ସମ୍ପାଦକ ଅବନ୍ତି କୁମାର ସୂତାର, ସମ୍ମାନିତ ଅତିଥି ଭାବେ ଓଡିଶା ହାଇକୋର୍ଟ ବରିଷ୍ଠ ଆଇନଜିବୀ ତଥା ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ, ପାହାଳ ଥାନା ଆଇଆଇସି ଅଶ୍ବିନୀ ଜେନା ଓ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ବଜିତ୍ ଭୋଇ ପ୍ରମୁଖ ଯୋଗଦେଇ ଶ୍ରୀ ସାଇ ପବ୍ଲିକ ସ୍କୁଲ ଏହି ଅଞ୍ଚଳରେ ପିଲାମାନଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ଭୂମିକା ନେଇଛି ବୋଲି ନିଜ ନିଜର ମତ ପ୍ରକାଶ କରିଥିଲେ ।
ସ୍କୁଲର ଡାଇରେକ୍ଟର ଜିତେନ୍ଦ୍ର ସାସମଲ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ସ୍କୁଲର ଇନଚାର୍ଜ ସୋନିତା ରଣା ମଞ୍ଚ ପରିଚାଳନା କରିଥିଲେ । କୃତି ଛାତ୍ର ଛାତ୍ରୀ ଓ କୃତି ଅଭିଭାବିକା ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ ।
ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବ୍ୟକ୍ତି ବିଶେଷ ଓ ସାମ୍ବାଦିକ ମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପ୍ରିନ୍ସିପାଲ ସୁଚୀସ୍ମିତା ସାସମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ବେଳେ ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନ, ଲୋପିତା ବେହେରା, ଦିଵ୍ୟାଶା ଦାସ, ସ୍ମୃତି ରେଖା ପ୍ରଧାନ, ମୌସୁମୀ ସାମଲ, ବବ୍ଲି ଜେନା, ସୈାମ୍ୟା ପ୍ରିୟଦର୍ଶିନୀ ପାତ୍ର, ଭାଗ୍ୟଶ୍ରୀ ମହାପାତ୍ର ଓ ପ୍ରିୟଦର୍ଶିନୀ ଭୋଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
