ବାଲିପାଟଣା,୨୩/୦୩/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଦୁର୍ଗାମାଧବ କଲ୍ୟାଣ ମଣ୍ଡପ ପରିସରରେ ତ୍ରୈମାସିକ ସାହିତ୍ୟ ପତ୍ରିକା ସମୟ ର ପ୍ରାଚୀଧାରା ର ତ୍ରୟୋଦଶ ବାର୍ଷିକ ଉତ୍ସବ ସାରସ୍ଵତ ମହାକୁମ୍ଭ ୨୦୨୫ ଭାବରେ ଆୟୋଜିତ ହୋଇଥିଲା। ସାହିତ୍ୟ ଏକାଡେମୀର ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ପ୍ରତିଷ୍ଠିତ କବି ମାନେ ସ୍ବରଚିତ କବିତା ପାଠ କରିଥିଲେ।
ଆଶୁତୋଷ ଦାଶ,କ୍ଷଣପ୍ରଭା ମହାନ୍ତି,ସନ୍ୟାସୀ ନାୟକ,ସୌଦାମିନୀ ବେହେରା, ଗିତାଶ୍ରୀ ପ୍ରିୟମ୍ବଦା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭା ପୁରୀ ର ଉମାକାନ୍ତ ମହାପାତ୍ର,ବାଳକାଟି ର ପୂର୍ଣ୍ଣ ମହାରଣା,ବାଙ୍କୀ ର କେ ବିପ୍ଳବ,ବ୍ରହ୍ମପୁର ର ଯାମିନି କାନ୍ତ ଦାସ,ବ୍ୟଙ୍ଗ କବି ଶ୍ରୀଯୁକ୍ତ ସତ୍ୟାନାଶ,ଗୀତି କବି ବାବାଜୀ ଜେନା,ନାଟ୍ୟକାର ମୂରଲୀଧର ସାହୁ,ସମାଜସେବୀ ରମେଶ ଚନ୍ଦ୍ର ସାହୁ,ପୁଷ୍ପଲତା ବେହେରା ଓ ଲେଖିକା ବୈଜୟନ୍ତୀ ସାହୁ ଙ୍କୁ ମାନପତ୍ର,ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।
କବି ଭଗବାନ ସାହୁ ଙ୍କ ରଚିତ ଇସ୍,ବୈଜୟନ୍ତୀ ସାହୁ ଙ୍କ କସ୍ତୁରୀ ଓ ରତ୍ନାକର ସାହୁ ଙ୍କ ଲିଖିତ ପୁସ୍ତକ ଭକ୍ତି ସମର୍ପଣ କୁ ଉପସ୍ଥିତ ଅତିଥି ମାନେ ଉନ୍ମୋଚିତ କରିଥିଲେ। କବି ଫନୀ ମହାନ୍ତି,ସମାଲୋଚକ ଆଦିକନ୍ଦ ସାହୁ,ଶିଶୁ କବି ବିରେନ୍ଦ୍ର ସାମନ୍ତରାୟ,କ୍ଷୀରୋଦ କୁମାର ରାୟ ମହାପାତ୍ର,ଦୁର୍ଗା ଷଡ଼ଙ୍ଗୀ,ବଙ୍କିମ ନାୟକ, ଅଜୟ ସ୍ୱାଇଁ,ରଜନୀ ଦାଶ,ସୁରେଶ ସ୍ବାଇଁ, ରତ୍ନପ୍ରଭା ଦାସ,ମନୋଜ ସାହୁ,ଇପ୍ସିତା ଷଡ଼ଙ୍ଗୀ, ରାଜୀବ ସ୍ୱାଇଁ, ତାରକ୍ ମହାନ୍ତି,ସାହିତ୍ୟ ଏକାଡେମୀ ର ଡ୍ ଭାରତ ଚନ୍ଦ୍ର ଦାଶ,ସୌମ୍ୟା ପରିଡ଼ା, ଝୁନୀ ଦେଇ ପ୍ରମୁଖ ଉପସ୍ଥିତ ଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ସମ୍ପାଦକ ଭଗବାନ ସାହୁ,କବି ଅଭିମନ୍ୟୁ ନାୟକ,ବିପିନ ମହାନ୍ତି ପରିଚାଳନା କରିଥିଲେ।
