କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସ 

ନିରାକାରପୁର, ୦୨/୧୨/୨୦୨୩ (ଓଡ଼ିଶା ସମାଚାର)-କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଳିପଡ଼ାରେ ସମନ୍ୱିତ ଯୁବ ବିକାଶ (ନୂଆ ଓଡିଶା ) କାର୍ୟ୍ୟକ୍ରମର କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସ ପାଳିତ ହୋଇଯାଇଅଛି । ଆଜିର ପ୍ରତିଯୋଗିତାକୁ ଅଧ୍ୟକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିଥିଲେ ।  କ୍ରୀଡା ଶିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୂଟବଲ (ବାଳକ), କବାଡି (ବାଳକ ଓ ବାଳିକା)କ୍ୟାରମ (ବାଳକ ଓ ବାଳିକା)ଆଦି ଖେଳ ହୋଇଯାଇଅଛି । ଏଥିରେ ଉଚ୍ଚ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *