ଭୁବନେଶ୍ୱର,୧୮/୦୩/୨୦୨୫ (ଓଡ଼ିଶା ସମାଚାର)- ଦେଶରେ ରାଷ୍ଟ୍ରାୟତ କ୍ଷେତ୍ରର ବ୍ୟାଙ୍କଗୁଡିକ ଦେଶର ଆର୍ଥିକ ବ୍ୟବସ୍ଥା ମେରୁଦଣ୍ଡ ଗଠନ କରନ୍ତି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ମାର୍ଚ୍ଚ ୨୩ ମଧ୍ୟରାତ୍ରରୁ ୨୫ ମାର୍ଚ୍ଚ ମଧ୍ୟରାତି୍ର ପର୍ଯ୍ୟନ୍ତ ୪୮ ଘଂଟାର ନିରନ୍ତର ଧର୍ମଘଟ ଘୋଷଣା କରିଛନ୍ତି ।
ୟୁନିଅନ୍ସ ପକ୍ଷରୁ ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ବ୍ୟାଙ୍କିଙ୍ଗ ଶିଳ୍ପରେ ୫ ଦିନର କାର୍ଯ୍ୟ ସପ୍ତାହ ପ୍ରବର୍ତନ, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲଆଇ ଉପରେ ବିଏଫଏସ୍ ନିର୍ଦ୍ଧେଶାବଳୀ ତୁରନ୍ତ ପ୍ରତ୍ୟାହାର ଆଦି ଦାବି କରାଯାଇଛି ।