ରିଲାଏନ୍ସ ପେଟ୍ରୋଲ ପମ୍ପର ବେଆଇନ କାରବାର ବିରୁଦ୍ଧରେ ଅଭିଯୋଗ

କେନ୍ଦ୍ରାପଡ଼ା, ୧୯/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ରିଲାଏନ୍ସ ପେଟ୍ରୋଲ ପମ୍ପର ବେଆଇନ ପେଟ୍ରୋଲ କାରବାର ବିରୁଦ୍ଧରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ବେସାମରିକ ଯୋଗାଣ ଅଧିକାରୀ ଓ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଗତ ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦର ୨ଟଙ୍କା କରି ହ୍ରାସ ପାଇଥିବା ବେଳେ ଦୁହୁରିଆ ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପ ଗତ ୭ତାରିଖରୁ ୧୪ତାରିଖ ମଧ୍ୟରେ ଏକଟଙ୍କା କମ୍ ଦରରେ ଗଛିତ ଥିବା ସମସ୍ତ ପେଟ୍ରୋଲ ଓ ଡିଜେଲକୁ ବିକ୍ରୀ କରିଦେଇଛନ୍ତି । ଭାରତ ସରକାରଙ୍କ ତେଲ ଦର ହ୍ରାସ ଜନିତ ଖବର କେଉଁଠୁ ଲିକ ହୋଇଥିବାରୁ ଏସମ୍ପର୍କରେ ଖବର ପାଇ ସଂପୃକ୍ତ ରିଲାଏନ୍ସ ପେଟ୍ରୋଲ ପମ୍ପ ମାଲିକ ଏଭଳି ନିୟମ ବିରୁଦ୍ଧ କାର୍ଯ୍ୟ କରିଛନ୍ତି । ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ଆଇନଜୀବୀ ଶ୍ରୀ ମହାପାତ୍ର ଅଭିଯୋଗ କରି ଏହା ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏସମ୍ପର୍କରେ ସଂପୃକ୍ତ ପମ୍ପ ମାଲିକଙ୍କୁ ଯୋଗାଯୋଗ କରାଯାଇଥିଲେବି ସେ କୌଣସି ଉତର ଦେଇନଥିଲେ ।

Leave a Reply

Your email address will not be published. Required fields are marked *