ବଡ଼ଓଷା ଗଜଭୋଗ ଓ ତରଣ ବିତରଣ
କଟକ ସଦର,୨୩/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଆଜି ସୋମବାର ମହାକାର୍ତ୍ତିକ ମାସର ଶେଷ ସୋମବାର ତଥା ଚତୁର୍ଥ ପଞ୍ଚକ। ଵାଵା ଧବଳେଶ୍ଵର ଆଜି ଦିବ୍ୟ ହରିହର ଵେଶରେ ସଜେଇ ହୋଇ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ। ବାବାଙ୍କ ହରିହର ଵେଶ ହେଉଛି ଶିଵ ଓ ବିଷ୍ଣୁଙ୍କ ମିଳିତ ରୂପର ଏକ ବିଶେଷ ଦିବ୍ୟ ବେଶ। ଗତକାଲି ରବିବାର ବାବାଙ୍କ ପବିତ୍ର ବଡ଼ଓଷା ଥିବାରୁ ରାତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆଜି ପ୍ରତ୍ୟୁଷରୁ ବାବାଙ୍କ ନିକଟରେ ଲାଗି କରାଯାଇଥିବା ତାଙ୍କର ପ୍ରିୟ ଗଜଭୋଗ ଓ ତରଣ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା। ଆସନ୍ତା କାଲି ମଙ୍ଗଳବାର ପଞ୍ଚକର ପଞ୍ଚମ ଦିବସରେ ଵାଵା ମହାଯୋଗୀ ବେଶରେ ଦର୍ଶନ ଦେଵା ପରେ ରାହାସ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକ ବ୍ରତ ସମାପନ ହେବ।

