୨୪,୨୫ରେ ବ୍ୟାଙ୍କ ଧର୍ମଘଟ – ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବା ସମ୍ଭାବନା

ଭୁବନେଶ୍ୱର,୧୮/୦୩/୨୦୨୫ (ଓଡ଼ିଶା ସମାଚାର)- ଆଗାମୀ ୨୪ ଏବଂ ୨୫ ତାରିଖରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବାରୁ ସାରା ଓଡ଼ିଶାରେ ବ୍ୟାଙ୍କ ସେବା ଦୁଇ ଦିନ ପାଇଁ ପ୍ରଭାବିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ୟୁଏଫବିୟୁ ସେମାନଙ୍କର ନଅଟି ଚାର୍ଟର ଦାବିକୁ ସମର୍ଥନ କରି ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି ।

ୟୁଏଫବିଆଇ ସମସ୍ତ କ୍ୟାଡରରେ ଉତମ ନିଯୁକ୍ତି, ଆଡହକ୍ କର୍ମଚାରୀଙ୍କୁ ନିୟମିତ କରିବା ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ପାଂଚଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ପାଇଁ ଅନ୍ୟାନ୍ୟ ଦାବି କରୁଛି ।ନ୍ୟାସନାଲ କନଫେଡେରେସନ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍ ର ସାଧାରଣ ସମ୍ପାଦକ ଏଲ୍ ଚନ୍ଦ୍ରଶେଖର କହିଛନ୍ତି ଯେ ଏହି ପ୍ରମୁଖ ସମସ୍ୟା ଗୁଡ଼ିକର କୌଣସି ସମାଧାନ ମିଳିନାହିଁ ।

ନଅଟି ବ୍ୟାଙ୍କ କର୍ମଚାରୀ ୟୁନିଅନର ସଂଗଠନ, ୟୁଏଫବିୟୁ, ଏହି ଦାବିଗୁଡ଼ିକ ଉପରେ ଧର୍ମଘଟ ଘୋଷଣା କରିସାରିଛି । ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି । ଏହାପରେ ଦୁଇଦିନ ଆନ୍ଦୋଳନ ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ । ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍ ବନ୍ଦ ରହିପାରେ । ଅର୍ଥାତ୍ ମାର୍ଚ୍ଚ ୨୨,୨୩,୨୪ ଓ ୨୫ ତାରିଖ ରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବା ସମ୍ଭାବନା ।

Leave a Reply

Your email address will not be published. Required fields are marked *