ଶ୍ରୀ ସୁବୁଦ୍ଧେଶ୍ୱର ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ

ବାରଙ୍ଗ,୧୮/୦୩/୨୦୨୫(ଓଡ଼ିଶା ସମାଚାର)-ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗ୍ରାମର ଶ୍ରୀଶ୍ରୀ ସୁବୁଦ୍ଧେଶ୍ୱର ସାହିତ୍ୟ ସଂସଦର ନବମବାର୍ଷିକ ଉତ୍ସବ ବାବା ଧୂଳିଆଷଣ୍ଢ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଶ୍ରୀ ଶ୍ରୀ ସୁବୁଦ୍ଧେଶ୍ୱର’ ଓ ବିଶିଷ୍ଟ ଗାଳ୍ପିକ ସାହିତ୍ୟ ଏକାଡେମୀ ପ୍ରାପ୍ତ ନକୁଳ ଚନ୍ଦ୍ର ସାହୁଙ୍କ ‘ସାହିତ୍ୟ ଅଭୀପ୍ସା ଓ ଅନନ୍ତସତା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ମୁଖ୍ୟ ସଂପାଦକ ଗାଳ୍ପିକ ନକୁଳଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ, କବିସମ୍ମିଳନୀ, ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠାନର ସଂପାଦକ ଗୌରାଙ୍ଗ ଚରଣ ରାଉତ ଅତିଥିତ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଯୋଗଦାନ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ନବକାକଳୀ ସଂପାଦକ ଡକ୍ଟର ସୁରେନ୍ଦ୍ରନାଥ ତ୍ରିାଠୀ ଯୋଗଦାନ କରି ସାହିତ୍ୟ ସୃଷ୍ଟିରେ ସମାଜ ପରିବର୍ତନ ହୋଇଥାଏ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଯୋଗଦାନ କରି କବିମାନଙ୍କୁ ଦ୍ୱିତୀୟ ଇଶ୍ୱର ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେନ୍ଧ୍ୟାପିକା ମୀରା ବେଉରା, ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପି.ଏମ୍. ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମରାଜ ସିଂହ ଓ କବି କୌଶିକ ନାୟକ ଯୋଗଦାନ କରି ବାଙ୍କୀର ସାହିତ୍ୟିକମାନେ, ଓଡ଼ିଶାର ସାହିତ୍ୟ ଜଗତକୁ ଆଲୋକିତ କରିବା ସହିତ ଏପରି ଉତ୍ସବ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଲୋକପାତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ପଟ୍ଟଚିତ୍ରଶିଳ୍ପୀ ତରୁଲତା ସାହୁ, ଶିଳ୍ପପତି ପ୍ରିୟବ୍ରତ ମିଶ୍ର, ଅମୀତ୍ କୁମାର ପରିଡା, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ମହାପାତ୍ର, ଦିବାକର ମହାପାତ୍ର, ସୁକେଶ କୁମାର ବେହେରା, ବଲ୍ଲଭ କୁମାର ସାମଲ, ଅନ୍ନପୂର୍ଣ୍ଣା ଦାସ, ଓଡ଼ିଶୀ ନୃତ୍ୟଗୁରୁ ମନମୋହନ ଶର୍ମା ଓ କବି ସରୋଜ ରାଉତଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଚନ୍ଦନ ଦତଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ସୁବୁଦ୍ଧେଶ୍ୱର ଡ୍ୟାନ୍ସ ଗ୍ରୁପ୍ ର ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ପଣ୍ଡିତ ମନୋଜ କୁମାର ରାଉତ ପରିଚାଳନା କରିଥିବା ବେଳେ ସଭାପତି ବିଶ୍ୱନାଥ ସାହୁ, ପ୍ରଶାନ୍ତ ସାହୁ, ସଂଜୟ ରାଉତ, ଡମ୍ବୁରଧର ସ୍ୱାଇଁ, ସନ୍ତୋଷ ମୁଦୁଲି, ଭୃଗୁରାମ ପାତ୍ର, ଓମ୍ ପ୍ରକାଶ ସାହୁ, ପ୍ରକାଶ ପ୍ରଧାନ ପ୍ରମୁଖ ପରିଚାଳନାରେ ସହାଯ୍ୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଏକ ମନୋଜ୍ଞ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଓ କବିତାଗୁଡିକ କବି ବଂଶୀଧର ମହାପାତ୍ର ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଦୀପ କୁମାର ବେଉରା, ଗୟାଧର ନାୟକ ଓ ଜନ୍ମଜେୟ ଭୋଳ ଉପସ୍ଥିତ ଥିଲେ । ଶେଷରେ ମନୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *