ଅବକାରୀ ବିଭାଗ ତରଫରୁ ୮ ହଜାର ଲିଟର ମହୁଲ ପୋଚ ନଷ୍ଟ ଓ ୫୦୦ ଲିଟର ଦେଶୀ ମଦ ଜବତ 

 ଭୁବନ ,୧୪/୦୧/୨୦୨୪ (ଓଡ଼ିଶା ସମାଚାର)-  ଭୁବନ ବ୍ଲକ  ଅନ୍ତର୍ଗତ  ଚନ୍ଦାର ଓ  ଅରିଲୋ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ମଦ ପ୍ରସ୍ତୁତକାରୀ ମାନେ ଅତ୍ୟନ୍ତ ଚତୁରତା ସହିତ ମାଟି ତଳେ ଗାତ ଖୋଳି ହାଣ୍ଡି,ପ୍ଲାଷ୍ଟିକ ଜ।ରକିନ ରେ ମଦ ରଖିଥିବା ବେଳେ ଅବକାରୀ କର୍ମଚାରୀ ମାନେ ମାଟି ଖୋଳି ସମୁଦାୟ ୮ ହଜାର ଲିଟର ମହୁଲ ପୋଚ ନଷ୍ଟ କରିଦେଇଥିଲେ ଏବଂ ୫୦୦ ଲିଟର ଦେଶୀ ମଦ ଜବତ କରିଥିଲେ । ଅବକାରୀ କମିଶନର ନରସିଂହ ଭୋଳ,  ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ  ଓ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଭୁବନ,କାମାକ୍ଷାନଗର ଓ ଗନ୍ଦିଆ ଅବକାରୀ  ବିଭାଗ ଚଢ଼ାଉ କରିଥିଲେ । ଭୁବନ  ଅବକାରୀ  ଏସ ଆଇ ସୌରଭ ମିଶ୍ର, କାମାକ୍ଷାନଗର ଓଆଇସି ଦିପଦ୍ୟୋତନ ବିଶ୍ବାଳ ,ଗାଁଦିଆ ଓଆଇସି ସୁନୀତା କେରକେଟା,ଏଏସଆଇ ବିଶ୍ଵ ରଞ୍ଜନ ନାଥ , କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *